ବିପଦ ଭାବେ ତଳେ ପଡ଼ିରହିଛି ଷ୍ଟ୍ରିଟ୍ ଲାଇଟ ତାର


 ପାଣିକୋଇଲି,: ପାଣିକୋଇଲି ବଜାରରେ ଯାତ୍ରୀ ଓ ଦୋକାନୀ ମାନଙ୍କ ସୁରକ୍ଷା ଓ ଅନ୍ଧାର ଦୂର କରିବା ପାଇଁ ଷ୍ଟ୍ରିଟ୍ ଲାଇଟ୍ର ବ୍ୟବସ୍ତା କରାଯାଇଛି । କିନ୍ତୁ ଲାଇଟ୍ର ଯେଉଁ ତାରଟି ସଂଯୋଗ ହୋଇଛି ତାହା କିନ୍ତୁ ବ୍ରିଜ ସାଇଡର ତଳେ ପଡ଼ି ରହିଛି । ଯାହାକି ସମସ୍ତଙ୍କ ପାଇଁ ବିପଦ ରହିଛି । ବ୍ରିଜ ସାଇଡରେ ସମସ୍ତ ଦୋକାନୀ ତଳେ ବସି ବେପାର କରୁଛନ୍ତି । ସେ ତାରରେ ଲିକ୍ ମଧ୍ୟ ଅଛି । ମଝିରେ ମଝିରେ ସ୍ପାର୍କିଂ କରି ନିଅାଁ ବାହାରୁଛି । ଯାହାକି ଦୋକାନୀଠୁ ଆରମ୍ଭ କରି ଯାତ୍ରୀ ପର୍ଯ୍ୟନ୍ତ ଡର ରହୁଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତାରଟିକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।