ବିଜେପିର ପ୍ରସ୍ତୁତି ବୈଠକ
ଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବିଜେପି ସରକାର ଏକ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ, ତାହା କିପରି ପାଳନ ହେବ ତାକୁ ନେଇ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମଣ୍ଡଳ ସଭାପତି ତରଣୀ ସେନ୍ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ, ବିଜେପି ନେତା ସୁଧାଂଶୁ ନାୟକ, ଜିଲ୍ଲା ସଂଯୋଜକ ଡ. ପ୍ରତାପ ନାୟକ ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁରେଶ ସାମଲ, ଅଶୋକ ସାହୁ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ବଳଦେବ ଜିଉ ମଣ୍ଡଳ ସଭାପତି ରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଏକ ବର୍ଷ ଓ କେନ୍ଦ୍ରର ୧୧ ବର୍ଷ ମଧ୍ୟରେ ଜେଉ ସବୁ ଲୋକ ହିତ କାମ ହୋଇଛି ତାହା ଲୋକଙ୍କ ପାଖରେ ପହଞ୍ଚାଇବା ଆମର ଦାଇତ୍ୱ ବୋଲି ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ରାଉତ, ପ୍ରତାପ ଦ୍ୱିବେଦୀ, ଟିଲାନ୍ ପଟ୍ଟନାୟକ, ନିରାକାର ସାହୁ, ପର୍ଶୁରାମ ପରିଡ଼ା, ପ୍ରଭାତ ରାଉତ, ବିନତି ଦାସ ଜଳମନ୍ଦୁଆ ସରପଞ୍ଚ ପ୍ରତିନିଧି ନିହାର ରଞ୍ଜନ ଦାସ, ବଳରାମ ରାଉତ, ମହେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।