ପାରାଦୀପଠାରେ ମଡେଲ ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ
ପାରାଦୀପ : ଆର୍ସଲର ମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ/ଏନଏସ ଇଣ୍ଡିଆ) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ପ୍ରକଳ୍ପ 'ପଢେଗା ଭାରତ' ଅଧୀନରେ ପାରାଦୀପର ମୁସାଡିଆଠାରେ ଏକ ମଡେଲ୍ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଛି । ପିଲାମାନଙ୍କ ପାଇଁ ଶିକ୍ଷଣ ପରିବେଶକୁ ଉନ୍ନତ କରିବା ଏବଂ ସମନ୍ୱିତ ଶିଶୁ ବିକାଶ ସେବା କ୍ଷେତ୍ରର କର୍ମକର୍ତ୍ତାଙ୍କ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଏକ ସାମଗ୍ରିକ ପଦ୍ଧତି ଉପରେ ଧ୍ୟାନ ଦେବା ଲକ୍ଷରେ ଏହି ପଦକ୍ଷେପ ନିଆଯାଇଛି । ବ୍ୟବହାରିକ ତାଲିମ ଅଧିବେଶନ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ସହାୟକଙ୍କ ସମେତ ଆଗ ଧାଡ଼ିର କର୍ମଚାରୀମାନେ ପୁଷ୍ଟିକର ଖାଦ୍ୟ ଏବଂ ଶିଶୁ ଯନô ଶୈଳୀ ଉପରେ ମାର୍ଗଦର୍ଶନ ପାଇବେ । ଶିଶୁ ବିକାଶ ଏବଂ ମାତୃ କଲ୍ୟାଣକୁ ପ୍ରଭାବଶାଳୀ ଭାବରେ ସମର୍ଥନ କରିବା ପାଇଁ ଆଗଧାଡ଼ିର କର୍ମୀମାନଙ୍କୁ ଆବଶ୍ୟକୀୟ ଦକ୍ଷତା ଏବଂ ପ୍ରେରଣା ସହିତ ସଜ୍ଜିତ କରିବା ହେଉଛି ଏହି ପଦକ୍ଷେପର ପ୍ରମୁଖ ଉଦେ୍ଦଶ୍ୟ ରହିଛି । ଏଏମ୍/ଏନ୍ଏସ୍ ଇଣ୍ଡିଆ, ହୁ୍ୟମାନା ପିପୁଲ୍ସ ଟୁ ପିପୁଲ୍ସ ଇଣ୍ଡିଆ (ଏଚପିପିଆଇ) ସହଯୋଗରେ, ପାରାଦୀପ ଅଞ୍ଚଳର ୨୫ଟି ଅଙ୍ଗନୱାଡି କେନ୍ଦ୍ରକୁ ମଡେଲ ଅଙ୍ଗନୱାଡିରେ ପରିଣତ କରିବା ପାଇଁ କାମ କରୁଛି । ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ସ୍ମାର୍ଟ ଶିକ୍ଷଣ ଉପକରଣଗୁଡ଼ିକୁ ଏକୀକୃତ କରି ଏବଂ ସାମଗ୍ରିକ ଭିତ୍ତିଭୂମିକୁ ଉନ୍ନତ କରି ଏକାଧିକ ଆକର୍ଷଣୀୟ ଏବଂ ଶିଶୁ-ଅନୁକୂଳ ପରିବେଶ ସୃଷ୍ଟି କରିବା ହେଉଛି କମ୍ପାନୀର ଲକ୍ଷ୍ୟ । ପ୍ରାରମ୍ଭିକ ପର୍ଯ୍ୟାୟରେ, ମୁସାଡିଆ ଏବଂ ସିଙ୍ଗିତାଲି ଗ୍ରାମର ଦୁଇଟି ଅଙ୍ଗନୱାଡି କେନ୍ଦ୍ରର ଉନ୍ନତିକରଣ କାର୍ଯ୍ୟ ସମାପ୍ତ ହୋଇଛି । ଏହା ପରେ ଅତିରିକ୍ତ ୨୩ କେନ୍ଦ୍ରର ଉନ୍ନତିକରଣ କରାଯିବ, ଯାହା ଦ୍ୱାରା ୫୦୦ ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ