ଫକିରପୁରରେ ଅଷ୍ଟମ ବାର୍ଷିକ ଲଉଡି ଖେଳ ପ୍ରତିଯୋଗିତା

ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଅଧିନ ଫକିରପୁର ବଜରଙ୍ଗ ପଡିଆରେ ଅଷ୍ଟମ ବାର୍ଷିକ ଲଉଡି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାସୁଦେବପୁର ଟାଉନ୍, ବାସୁଦେବପୁର ଏନଏସି, ଭଉଁରିଆବାଙ୍କ, ସାହାପୁର ଜାଡିମହଲ ମାନିଆ ଦଳ ଓ ଫକିରପୁର ଯାଦବ ଦଳ ପ୍ରମୁଖ ସାମିଲ ହୋଇଥିଲେ । କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗିମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଅଜୟ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ବାର୍ଷିକ ଉତ୍ସରେ ମୁଖ୍ୟ ଅତିଥିଭାବେ ପ୍ରତାପ ଚନ୍ଦ୍ର ମହାକୁଡ, ସମ୍ମାନୀତି ଅତିଥିଭାବେ ସୁବୋଧ କୁମାର ବଳ, ଜଗନ୍ନାଥ ନାୟକ, ପ୍ରଦୀପ ନାୟକ, ଉଗ୍ରସେନ ପାତ୍ର, ମନୋଜ ନାୟକ, ହରିହର ବାରିକ, ତ୍ରିଲୋଚନ ନାୟକ, ବନମାଳୀ ନାୟକ ଓ କାଳନ୍ଦି ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ସ୍ଥାୟୀ ସଭାପତି ପ୍ରହ୍ଲାଦ ଦାସ, ଉପସଭାପତି ସୁଶାନ୍ତ ବେହେରା, ସଭ୍ୟ କାଳନ୍ଦି ନାୟକ, ଶ୍ରୀଧର ନାୟକ, ରତିକାନ୍ତ ବାରିକ, ପ୍ରଦୀପ ନାୟକ, ସନ୍ୟାସୀ ନାୟକ ଓ ଚନ୍ଦନ ବେହେରା, ବିଜୟ ନାୟକ, ଅକ୍ଷୟ ନାୟକ, ନାରାୟଣ ନାୟକ, ଅଭିମନୁ୍ୟ ଦାସ, ବଳରାମ ନାୟକ, ଶରତ ନାୟକ, ରବିନ୍ଦ୍ର ନାୟକ, ଦୀପକ ବେହେରା, ବିଶ୍ୱନାଥ ନାୟକ, ପୂର୍ଣ୍ଣଚନ୍ଦ୍ର ଦାସ, ବିକ୍ରମ ଦାସ ଓ ହୃଷିକେଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।