ମହାତ୍ମା ଗାନ୍ଧିଙ୍କ ଆଗମନର ଶତବାର୍ଷିକୀ
କଟକ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱିତୀୟ ଓଡ଼ିଶା ଆଗମନର ଶତବାର୍ଷିକୀ ଉପଲକ୍ଷେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉକôଳ ଗାନ୍ଧୀ ସ୍ମାରକନିଧି, ଉକôଳ ସର୍ବୋଦୟ ମଣ୍ଡଳ ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ସ୍ଥାନୀୟ ଐତିହାସିକ ସ୍ୱରାଜ ଆଶ୍ରମରେ ଚରଖା ପ୍ରଦର୍ଶନୀ କରାଯିବା ସହିତ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । କୈଳାସ ଚନ୍ଦ୍ର ସାହୁ, ଶଙ୍କର ବେହେରା, ସୁମିତ୍ରା ପ୍ରଧାନ, ଲଳିତା ନାୟକ ଓ ଗାୟତ୍ରୀ ଗଡ଼ନାୟକ ପ୍ରମୁଖ ଚରଖାରେ ସୂତାକାଟି ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ । ଏହି ଅବସରରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିଦେ୍ର୍ଦାଷ ସ୍ୱରାଜ ଆଶ୍ରମରେ ପତାକା ଦେଖାଇ ସଦ୍ଭାବନ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଯାତ୍ରା ସହିଦ ଭବନ ପରିସରରେ ପହଞ୍ଚô ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିର ସୂତ୍ରଦାନ କରିଥିଲେ । ମେୟର ସୁବାସ ସିଂହ ଓ କମିଶନର କିରଣଦୀପ କୌର ସହୋଟା ପଦଯାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ପଦଯାତ୍ରା ଦରଘାବଜାରଠାରେ ପହଞ୍ଚôବା ପରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ସୂତ୍ରଦାନ କରାଯାଇଥିଲା । ପ୍ରଫେସର ସ୍ୱପ୍ନା ମହାପାତ୍ର, ମାମଲି ଗଡ଼ନାୟକ, ଜାତୀୟ ଯୁବ ପ୍ରକଳ୍ପର ମଧୁଭାଇ ପ୍ରମୁଖ ସର୍ବଧର୍ମ ପ୍ରାର୍ଥନା ସଭା ସଂଚାଳନ କରିଥିଲେ । ମନୋରଂଜନ ମହାନ୍ତି, ମିହିର ପ୍ରତାପ ଦାସ, ହରିହର ସେନ, ସୂର୍ଯ୍ୟନାରାୟଣ ନାଥ, ଅରୁନ୍ଧତୀ ଦେବୀ, ବନଲତା ଦେବୀ, ଦେବପ୍ରସାଦ ରାୟ ପ୍ରମୁଖ ପଦଯାତ୍ରାର ନେତୃତ୍ୱ ନେଇଥିଲେ । କେନ୍ଦ୍ରୀୟ ଗାନ୍ଧୀ ସ୍ମାରକନିଧିର ଟ୍ରଷ୍ଟି ଡାକ୍ତର ବିଶ୍ୱଜିତ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପିସିସି ସଭାପତି ଭକ୍ତଚରଣ ଦାସ ସ୍ୱରାଜ ଆଶ୍ରମରେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ପଦଯାତ୍ରାରେ ସାମିଲ ହୋଇଥିଲେ ।