୨ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ଭୈରମଗଡ଼ ଏରିଆ କମିଟି ଏବଂ ଜାଗରଗୁଣ୍ଡା ଏରିଆ କମିଟିର ସକ୍ରିୟ ଦୁଇ ନକ୍ସଲ, ସୁଖରାମ ସୋଢି(୨୭), ପ୍ଲାଟୁନ ସଦସ୍ୟ, ନାରୁ ଇର୍ପା (୩୬) ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଉଭୟ ନକ୍ସଲ ୨୦୧୫ ମସିହାରେ ମାଓ ସଙ୍ଗଠନର ବାଲ୍ ସଙ୍ଗମ୍ ସଦସ୍ୟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୨୦୧୬ ମସିହାରୁ ସଂଗଠନରେ ମିଲିସିଆ ପ୍ଲାଟୁନ୍ ସଦସ୍ୟ ଭାବରେ ସକ୍ରିୟ ଥିଲେ । ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅଧୀନରେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ୨୫ ହଜାର ଲେଖାଏଁ ନଗଦ ଟଙ୍କା ପ୍ରୋସôାହନ ରାଶି ପ୍ରଦାନ କରାଯାଇଛି । ବିଜାପୁର ଜିଲ୍ଲାରେ ଚଳିତ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୪୨ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ଜଣାପଡିଛି ।