ପାରାଦୀପରେ "ହର ଘର : ତ୍ରିରଙ୍ଗା ଶୋଭାଯାତ୍ରା’ କାର୍ଯ୍ୟକ୍ରମ
ପାରାଦୀପ : ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସମ୍ମାନ୍ନାର୍ଥେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଦେ୍ର୍ଦଶକ୍ରମେ ସାରା ରାଜ୍ୟ ତଥା ଦେଶରେ “ହର ଘର ତି୍ରରଙ୍ଗା-ହର ଘର ସ୍ୱ୍ୱଚ୍ଛତା’’କାର୍ଯ୍ୟକ୍ରମ ଜାରି ରହିଥିବା ପରିପ୍ରେକ୍ଷୀରେ ପାରାଦୀପ ପୈାର ପାଳିକା ପକ୍ଷରୁ ସୋମବାର ପୂର୍ବାହ୍ନରେ ଏହି ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଓ ସାଧାରଣ ସଭା କାର୍ଯ୍ୟକ୍ରମ ମହାଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି । ନିର୍ଦ୍ଧାରୀତ କାର୍ଯ୍ୟସୂଚୀନୁଯାୟୀ ପାରାଦୀପ ମହାବିଦ୍ୟାଳୟ ସମ୍ମୁଖରୁ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଶୁଭାରମ୍ଭ କରିଥିବା ତ୍ରିରଙ୍ଗା ଯାତ୍ରା ବସଷ୍ଟାଣ୍ଡ ନିକଟସ୍ଥ ନେତ୍ାଜୀଙ୍କ ପ୍ରତିମୂର୍ତୀ ନିକଟରେ ଶେଷ ହୋଇଥିଲା । ତ୍ରିରଙ୍ଗା ଯାତ୍ରା ଶେଷରେ ନେତାଜୀଙ୍କ ପ୍ରତିମୂର୍ତୀରେ ଶିଳ୍ପମନ୍ତ୍ରୀଙ୍କ ସମେତ ଶୋଭାଯାତ୍ରାକାରୀ ମାନେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ପୈାରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ନେତାଜୀଙ୍କ ପ୍ରତିମୂର୍ତୀ ସମ୍ମୁଖରେ ଆୟୋଜିତ ଉତ୍ସବର ମୂଖ୍ୟ ଅତିଥି ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ସମବେତ ଜନତାଙ୍କୁ ସମ୍ବୋଧିତ କରିବା ଅବସରରେ ହର ଘର ତ୍ରିରଙ୍ଗା-ହର ଘର ସ୍ୱଚ୍ଛତା କାର୍ଯ୍ୟକ୍ରମର ଆୟୋଜନ ସମ୍ପର୍କରେ ଅବତାରଣା କରିଥିଲେ । ପାରାଦ୍ୱୀପରେ ଆୟୋଜିତ ଏହି ହର ଘର ତି୍ରରଙ୍ଗା ଯାତ୍ରାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ବର୍ଗର ବ୍ୟକ୍ତି ବିଶେଷ ସାମିଲ ହୋଇ ଯାତ୍ରାକୁ ସଫଳ କରିଥିବାରୁ ସମବେତ ଜନସାଧାରଣଙ୍କୁ ଶିଳ୍ପ ମନ୍ତ୍ରୀ ଧନ୍ୟବାଦ ଜଣାଇବା ସହିତ ଆଜିର ଏହି ତ୍ରିରଙ୍ଗା ଯାତ୍ରା ଆମ ସମସ୍ତଙ୍କୁ ଏକାଠି କରି ପାରିଛି ।