ନିଆରା ଢଙ୍ଗରେ ନବବର୍ଷ ପାଳିତ

ନୀଳଗିରି: ସାରା ଭାରତ ବର୍ଷରେ ଇଂରାଜୀ ନବ ବର୍ଷ ୨୦୨୫କୁ ବିଭିନ୍ନ ଅନୁଷ୍ଠାନ ନିଆରା ଢଙ୍ଗରେ ପାଳନ କରିଥିବା ବେଳେ ନୀଳଗିରି ବଣସୀମା କିଶୋର ଚନ୍ଦ୍ରପୁର ପଞ୍ଚାୟତର ଥିବା ବୁଧିଆଚୁଆ ୟୁଥ କ୍ଲବ ପକ୍ଷରୁ ନବବର୍ଷକୁ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ନବ ବର୍ଷରେ କୁଲଡିହା ଜଙ୍ଗଲକୁ ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକଙ୍କୁ ଫୁଲ ଚନ୍ଦନ ଓ ମିଠା ଖୁଆଇ ପରିବେଶ ବଞ୍ଚାଅ, ବୃକ୍ଷ ନ କାଟି ରୋପଣ କରନ୍ତୁ, ବନ୍ୟ ଜନ୍ତୁ ଶିକାର କରନ୍ତୁ ନାହିଁ, ଜଙ୍ଗଲ ରେ ନିଆଁ ଲଗାନ୍ତୁ ନାହିଁ, ପରିବେଶ ବଞ୍ଚାନ୍ତୁ ବାର୍ତ୍ତା ଦେଇଥିଲେ । ତାଙ୍କ ସହିତ କୁଲଡିହା ରେଞ୍ଜର ସୁବ୍ରତ ବେହେରା ଉପସ୍ଥିତ ରହି ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ପରିବେଶ ବଞ୍ଚାଇବା ପାଇଁ ବାର୍ତ୍ତା ଦେଇଥିଲେ । ଅନ୍ୟମାନଙ୍କ ଫରେଷ୍ଟର ଭାଗ୍ୟଶ୍ରୀ ଦିବେଦୀ, କ୍ଲବର ସଭାପତି ମଙ୍ଗଳ ସିଂ, ସମ୍ପାଦକ ବିଜୟ ସିଂ, ମାସାନ ମାଣ୍ଡି, ସୁନୀଲ ହେମ୍ବ୍ରମ, ଉମେଶ ମାଣ୍ଡି, କାଳନ୍ଦୀ ପାତ୍ର, ହୀରାମଣି ହେମ୍ବ୍ରମ, ସୁକୁମାରୀ ହେମ୍ବ୍ରମ, ଦୁଲି କିସ୍କୁ, ଦେଓଲା କିସ୍କୁ, ମାମାଲୀ ମୁର୍ମୁ, ଗାୟତ୍ରୀ ନାଏକ, ଜୟଶ୍ରୀ ନାଏକ, ଜ୍ୟୋସ୍ନା ନାଏକ, ଏଲିନା ନାଏକ, ଗୀତା ବେହେରା ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ରହି ପର୍ଯ୍ୟଟକମାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ ।