ନାଁ ନନେଇ ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ନିଶାନା


 ଭୁବନେଶ୍ୱର: ଚବିଶ ନିର୍ବାଚନରେ ଟିକେଟ ନପାଇବାରୁ ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର  । ଫେସବୁକ୍ ପୋଷ୍ଟରେ ଆଗରୁ କେବଳ ନୀତିବାଣୀ ଛାଡୁଥିବାବେଳେ ଏବେ ସେ ପରୋକ୍ଷରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ନିଶାନା ସାଧୁଛନ୍ତି  । ଯାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ଦଳରେ ବି ହଟଚମଟ ସୃଷ୍ଟିହୋଇଛି  । ତେବେ ଗତ କିଛିଦିନ ଧରି ଶ୍ରୀମୟୀ ଏଭଳି ପୋଷ୍ଟ କରିଚାଲିଥିଲେବି କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି  । ତେବେ କିଛିଦିନ ଭିତରେ ଦଳ ତାଙ୍କୁ ନିଲମ୍ବନ କିମ୍ବା ବହିଷ୍କାର କରିବ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି  ।
ନିକଟରେ ଶ୍ରୀମୟୀ ଧ୍ରୁତରାଷ୍ଟ୍ରଙ୍କ ପ୍ରସଙ୍ଗ ଉଠାଇଥିଲେ  । ସେ ଲେଖିଥିବା କଥାର ମର୍ମ ହେଉଛିଯେ, ଦ୍ରୌପଦୀ ଅପମାନିତ ହେଉଥିଲେବି ଧ୍ରୁତରାଷ୍ଟ୍ର ରୋକିବାକୁ ଚେଷ୍ଟା କରିନଥିଲେ  । ଧୃତରାଷ୍ଟ୍ରଙ୍କର ତାଙ୍କ ପୁତ୍ରମାନଙ୍କ, ବିଶେଷତଃ ଦୁର୍ଯେ୍ୟାଧନ ପ୍ରତି ଅନ୍ଧ ପ୍ରୀତି, ତାଙ୍କୁ ନୀରବ ରହିବାକୁ ପ୍ରଭାବିତ କରିଥିଲା  । କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଯେଉଁମାନେ ଅନ୍ୟାୟ ରୋକିବାକୁ ପ୍ରକୃତ ପ୍ରୟାସ କରନ୍ତି ନାହିଁ । ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ, କାରଣ ସେମାନଙ୍କର ନୀରବତା ଦୁଃଖଦ ପରିଣାମ ଆଣିଥାଏ  । ସେ କାହା ନାଁ ନନେଇଥିଲେ ବିଜେଡ଼ିକୁ କଟାକ୍ଷ କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା  ।
ସେହିପରି ଆଜି ସେ ପାଣ୍ଡିଆନଙ୍କ ଉଦେ୍ଦଶ୍ୟରେ ବାକ୍ୟବାଣ ଛାଡ଼ିଥିବା ଚର୍ଚ୍ଚା ହେଉଛି  । କେତେକ ଗଣମାଧ୍ୟମରେ ବି ଏଭଳି ଖବର ପ୍ରସାରିତ ହୋଇଛି  । ତେବେ ଏହି ପୋଷ୍ଟରେ ସେ କାହା ନାଁ ନନେଇଥିଲେବି ପାଣ୍ଡିଆନଙ୍କୁ ଇଙ୍ଗିତ କରାଯାଇଛି ବୋଲି ଚର୍ଚ୍ଚା ହେଉଛି  । ସେ ଲେଖିଛନ୍ତିଯେ, ଏଇ କିଛି ଦିନ ତଳେ ଓଟିଟି ପ୍ଲାଟଫର୍ମରେ ପ୍ରକାଶ ଝା’ଙ୍କ ସନ୍ନ୍ୟାସ ଓ ସନ୍ନ୍ୟାସୀ ଉପରେ ଆଧାରିତ ଏକ ୱେବସିରିଜ୍ ଦେଖିଲି  । ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନ ରଖିବା  ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ । କିନ୍ତୁ ଏଥିରେ ସନେ୍ଦହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ । ବର୍ତ୍ତମାନ ଆମ ସମାଜରେ ଏହିପରି ଆମେ ଅନେକଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ୱାଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି  । ପରମୁହୁର୍ତ୍ତରେ ଏକ ଭଣ୍ଡ ସନ୍ନ୍ୟାସ ର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି  । ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ, "ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ’  । ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକାରୀ ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେÿଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି  ।