ଦୁର୍ଘଟଣାରେ ମହିଳା ମୃତ
ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ତିଗିରିଆ ଗ୍ରାମର ସାବିତ୍ରୀ ଯେନାଙ୍କ ବାଇକ ଦୁର୍ଘଟଣାରେ ମୃତୁ୍ୟ ଘଟିଛି । ମୃତ ସାବିତ୍ରୀ ବାପଘର ତିଗିରିଆରୁ ସୋମବାର ସନ୍ଧ୍ୟାରେ ପୁତୁରା ବରୁଣଙ୍କ ସହ ବାଇକରେ ଶାଶୂ ଘର ତରୁଆଁ ପଞ୍ଚାୟତ ଲୁଣାହାରକୁ ଫେରୁଥିବା ବେଳେ ଜନାର୍ଦ୍ଦନପୁର ପାଟନା ଶନିମନ୍ଦିର ନିକଟରେ ଏକ ଷଣ୍ଢ ଆସିଯିବାରୁ ବାଇକଟି ଭାରସାମ୍ୟ ହରାଇ ତଳେ ପଡିଯାଇଥିଲା । ଦୁର୍ଘଟଣାରେ ସାବିତ୍ରୀ ଗୁରୁତର ଆହତ ହୋଇଥିଲେ । ସାବିତ୍ରୀ ଏବଂ ପୁତୁରା ବରୁଣଙ୍କୁ ସାଇଁକୁଳ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ସାବିତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।