ଆବାସ କାର୍ଯ୍ୟାଦେଶ ବାଣ୍ଟିଲେ ବିଧାୟକ
ଆସିକା : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପୃଥକ ତିନି ଗୋଟି ସ୍ଥାନରେ ଆୟୁଷ୍ମାନ କାର୍ଡ଼, ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ଼ ଓ ଆବାସ ଘର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଆସିକା ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ରଙ୍କ ସଂଯୋଜନାରେ ବିଧାୟକ ସରୋଜ ପାଢ଼ୀ, ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ, ଆସିକା ମେଡିକାଲ ଅଧିକ୍ଷକ ଡ. ବାଲଗୋପାଲ ବେହେରା, ଆସିକା ଯୋଗାଣ ଅଧିକାରୀ ଶର୍ମିଷ୍ଠା ଦଳ ବେହେରା, ବିଜେଡି ନଗର ସଭାପତି ନାରାୟଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଆସିକା ଏନଏସିର ୧୮ ଗୋଟି ୱାର୍ଡ଼ର ଶତାଧିକ ହିତାଧିକାରୀଙ୍କୁ ୩ଟି କେନ୍ଦ୍ରରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ସେବା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆସିକା ବାଣୀବିହାର କଲ୍ୟାଣ ମଣ୍ଡପ, ଏନଏସି ଅଫିସ ଓ ତାଲୁକା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିଲା । ଏଥିରେ ବିଧାୟକ ଦ୍ୱାରା ୯୦୦ରୁ ଊଦ୍ଧ୍ୱର୍ ଆୟୁଷ୍ମାନ କାର୍ଡ଼, ୫୧ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା,୯୦ ଜଣଙ୍କୁ ରାସନ କାର୍ଡ଼ ଓ ୨୨ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ନୋଡାଲ ଅଧିକାରୀ ମାନସୀରାଣୀ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ କାଉନ ସିଲର, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।