ନାରଦ ଜୟନ୍ତୀ ପାଳିତ 

 ଆସିକା : ଆସିକା ଟାଉନ ହଲ ପରିସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ନାରଦ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ଭଟ୍ଟ, ପ୍ରହଲ୍ଲାଦ ପାଣିଗ୍ରାହୀ, ନାଗେଶ୍ୱର ପାତ୍ର, ଶ୍ରୀନିବାସ ପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ । ପବିତ୍ର ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ପ୍ରତିପ୍ରଦା ତିଥିକୁ ମହର୍ଷି ନାରଦଙ୍କ ଜନ୍ମ ବୃତ୍ତାନ୍ତକୁ ଅତିଥି ମାନେ ମନେ ପକାଇ ତାଙ୍କର ସାମ୍ବାଦିକତାର ସ୍ୱଛତା, ପରିଭାଷା,ଏବଂ ନୀତି ନୈତିକତା, ସମେତ ସୀମା ଭିତରେ ରହି ସ୍ୱର୍ଗ, ମର୍ତ୍ୟ, ପାତାଳରେ ଦେବତା ଏବଂ ଦାନବ ମାନଙ୍କୁ ସୃଷ୍ଟିର ସନ୍ତୁଳନ ପାଇଁ କାର୍ଯ୍ୟକୁ ମନେ ପକାଇଥିଲେ । ସେ ଜଣେ ଜ୍ଞାନୀ, ନିଷ୍ଠାପର ଓ ସତ୍ୟ ନିଷ୍ଠ  ଭାବେ ସାମ୍ବାଦିକ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସୋମନାଥ ପୋଲାଈ, ଶ୍ରୀନିବାସ ଭଞ୍ଜ ମନୋରଞ୍ଜନ ପାଢ଼ୀ, ଅମର ବିଶ୍ୱାଳ କିରଣ କୁମାର ପାଢ଼ୀ, ସୁନୀଲ ଘଡେଇ ସାମ୍ବାଦିକ ମନୋଜ ମୁନି, ଗଙ୍ଗାଧର ଶତପଥି, ଆଇନଜୀବି ଅନିଲ ପାଣିଗ୍ରାହୀ, ସାମ୍ବାଦିକ ଯୋଗେନ୍ଦ୍ର ନାଥ ପ୍ରଧାନ, ହରିହର ପାଢ଼ୀ,ସନ୍ତୋଷ କୁମାର ମିଶ୍ର, ରନôାକର ସିଅ, ଶକ୍ତି ପ୍ରସାଦ କର, ଶିବ ଶଙ୍କର ମିଶ୍ର, କମଳେନ୍ଦୁ ହୋତ୍ତା, ରବୀନ୍ଦ୍ର ଆଚାରୀ, ମନୋଜ ନାୟକ, ଶିବ  ସିଅ ,କ୍ଷୀରୋଦ ବେହେରା, ପ୍ରଦୀପପାତ୍ର,ରବିନ୍ଦ୍ର ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ଭଟ୍ଟ, ମନୋଜ ମୁନି, ଯୋଗେନ୍ଦ୍ର ନାଥ ପ୍ରଧାନ, ଗଙ୍ଗାଧର ଶତପଥିଙ୍କୁ ସମ୍ମାନ୍ନିତ କରିଥିଲେ ।