ପିନାକ୍ର ପ୍ରଥମ ଫ୍ଲାଇଟ୍ ଟେଷ୍ଟ ସଫଳ
ଭୁବନେଶ୍ୱର : ଲମ୍ବା ଦୂରଗାମୀ ଗାଇଡେଡ୍ ରକେଟ (ଏଲଆରଜିଆର ୧୨୦) ପିନାକର ପ୍ରଥମ ଫ୍ଲାଇଟ୍ ଆଜି ଓଡିଶା ଉପକୂଳ ଚାନ୍ଦିପୁରର ସମନ୍ୱିତ ପରୀକ୍ଷଣ ଘାଟିରେ ସଫଳତାର ସହ ସମ୍ପାଦନ କରାଯାଇଛି । ରକେଟ୍କୁ ସର୍ବାଧିକ ୧୨୦ କିଲୋମିଟର ପର୍ଯ୍ୟନ୍ତ ପରୀକ୍ଷଣ କରାଯାଇଥିଲା ଓ ଏହା ଯୋଜନା ମୁତାବକ ସମ୍ପୂର୍ଣ୍ଣ ଦୂରତା ମଧ୍ୟରେ ପ୍ରତ୍ୟାଶିତ କୌଶଳ ପ୍ରଦର୍ଶନ କରିଥିଲା । ଏଲଆରଜିଆର ସଠିକତା ସହିତ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା । ସମସ୍ତ ନିୟୋଜିତ ରେଞ୍ଜ ଉପକରଣଗୁଡ଼ିକ ଫ୍ଲାଇଟର ଗତିପଥରେ ଏହାର ଉଡ଼ାଣକୁ ଟ୍ରାକ୍ କରିଥିଲେ ।
ଏହି ରକେଟ୍କୁ ଆର୍ମାମେଣ୍ଟ୍ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଏଷ୍ଟାବ୍ଲିସମେଣ୍ଟ ଦ୍ୱାରା ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବୋରେଟୋରୀ ସହିତ ମିଶି ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରୟୋଗଶାଳା ଏବଂ ଗବେଷଣା କେନ୍ଦ୍ର ଇମାରତ ସହାୟତାରେ ଡିଜାଇନ୍ କରାଯାଇଛି । ଆଇଟିଆର ଓ ପ୍ରୁଫ୍ ଆଣ୍ଡ ଏକ୍ସପେରିମେଣ୍ଟାଲ୍ ଏଷ୍ଟାବ୍ଲିସମେଣ୍ଟର ସମନ୍ୱୟରେ ଏହି ଫ୍ଲାଇଟ ଟେଷ୍ଟ କରାଯାଇଥିଲା । ଏଲଆରଜିଆରକୁ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ପିନାକ ଲଞ୍ଚର୍ରୁ ଉତକ୍ଷେପଣ କରାଯାଇଥିଲା ଯାହା ଏହାର ବହୁମୁଖୀ ପ୍ରତିଭା ପ୍ରଦର୍ଶନ କରିଥିଲା । ଏହାଦ୍ୱାରା ଗୋଟିଏ ଲଞ୍ଚରରୁ ହିଁ ଭିନ୍ନ ଭିନ୍ନ ରେଞ୍ଜର ପିନାକ ଭେରିଏଣ୍ଟକୁ ଲଞ୍ଚ କରିବାର କ୍ଷମତା ମିଳିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଦୀର୍ଘ ଦୂରଗାମୀ ଗାଇଡେଡ୍ ରକେଟର ସଫଳ ଡିଜାଇନ୍ ଓ ବିକାଶ ସଶସ୍ତ୍ର ବାହିନୀର କ୍ଷମତାକୁ ବୃଦ୍ଧି କରିବ । ସେ ଏହାକୁ ଏକ ଯୁଗାନ୍ତକାରୀ ଉପଲବ୍ଧି ରୂପେ ଅଭିହିତ କରିଛନ୍ତି । ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଓ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ପରୀକ୍ଷଣ ଦେଖିଥିଲେ ଏବଂ ମିଶନ ଉଦ୍ଦେଶ୍ୟ ପୂରଣ ପାଇଁ ସମସ୍ତ ଦଳକୁ ଅଭିନନ୍ଦନ ଜଣାଇଥିଲେ ।
Samir Kumar Rout