କୃଷି ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରାକ୍ତନ ମନ୍ତ୍ରୀ
ଯାଜପୁର: ବିଞ୍ଝାରପୁର ବ୍ଲକ ଶାସନ୍ଦା ଗ୍ରାମର ପୁର୍ବତନ କୃଷି ଅଧିକାରୀ ତଥା ଅଖିଳଚକ୍ରର ପୁରାତନ କର୍ମୀ ଗୋକୁଳି ଚନ୍ଦ୍ର ସାମଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରାକ୍ତନ ମନ୍ତ୍ରୀ ପ୍ର୍ରଫୁଲ ଚନ୍ଦ୍ର ଘଡ଼ାଇ ଏବଂ ବିଜୟ ମହାପାତ୍ର । ଅଖିଳଚକ୍ର ଅନୁଷ୍ଠାନର ଉପସଭାପତି ଡଃ ଶ୍ରୀହରି ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକ ସଭାରେ ସ୍ୱର୍ଗତଃ ସାମଲଙ୍କ ବଡ ଝିଅ ସ୍ୱର୍ଣ୍ଣଲତା ସାମଲ, ପ୍ରଭାମଂଜରୀ ସାମଲ, ଶୋଭାମଂଜରୀ ସାମଲ ଓ ସବିନ୍ଦ୍ର କୁମାର ସାମଲ ତାଙ୍କ ପିତାଙ୍କ ସ୍ମତି ରୋମନ୍ଥନ କରିଥିଲେ । ଅଖିଳଚକ୍ରର ଉପସଭାପତି ପ୍ରାଧ୍ୟାପକ ପ୍ରସନ୍ନ କୁମାର ରାଉତ ଯୋଗଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ହରେକୃଷ୍ଣ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇ କହିଲେ ଯେ ବରୀ, ବିଂଝାରପୁର ଅଂଚଳରେ ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର କରିବା ଦିଗରେ ଗୋକୂଳି ବାବୁଙ୍କ ଅବଦାନ ମନେ ପକାଇଥିଲେ । ସହସମ୍ପାଦକ ରବୀନ୍ଦ୍ର କୁମାର ପରିଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶୁଶାନ୍ତ ମିଶ୍ର, କବି ରବୀନ୍ଦ୍ର କୁମାର ବେଉରିଆ, ପ୍ରାଣକୃଷ୍ଣ ଶତପଥୀ, ଶ୍ରୀକୃଷ୍ଣ କୁମାର ଦାସ, ରବୀନ୍ଦ୍ର କୁମାର ସାମଲ, ଖରସୋ୍ରତା ପୁସ୍ତକମେଳା କମିଟିର ସଭାପତି ପଦ୍ମାକର ଗୁରୁ, ଜହାଙ୍ଗୀର ଖାଁ, ନିତ୍ୟାନନ୍ଦ ରାଉତ, ପ୍ରଦୀ