ଯାତ୍ରୀ ବିଶ୍ରାମାଗାରର ଭିତ୍ତିଭୂମି ବିକାଶ ଦାବି

 ଖଣ୍ଡପଡା ବ୍ଲକ୍ ଅଧୀନ ଖଳିସାହି ଠାରୁ କୋସ୍କା ଦେଇ ଆଡକଟା ଛକକୁ ସଂଯୋଗ କରୁଥିବା ରାସ୍ତାର ରାମଚନ୍ଦ୍ରପୁର ଗ୍ରାମ ବସଷ୍ଟାଣ୍ଡ ନିକଟରେ ଅବସ୍ଥିତ ଯାତ୍ରୀ ବିଶ୍ରାମାଗାରଟି ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡିରହିଛି । ପ୍ରଶାସନର ଅଣଦେଖା ଓ କୋସ୍କା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ଯାତ୍ରୀ ବିଶ୍ରାମାଗାରଟି ଏବେ ଗୋରୁଗାଈ ଓ ବୁଲା କୁକୁରଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ଯାତ୍ରୀ ବିଶ୍ରାମାଗାରଗୁଡ଼ିକର ନବୀକରଣ ସହ ଉକ୍ତ ସ୍ଥାନରେ ଶୌଚାଳୟ, ପାନୀୟଜଳ ଓ ରାତ୍ରକାଳରେ ଉଜ୍ଜ୍ୱଳ ଆଲୋକୀକରଣର ବ୍ୟବସ୍ଥା କରିବା ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।ସୂଚନାଯୋଗ୍ୟ ଦୂର ଜାଗାକୁ ଯାତ୍ରା କରୁଥିବା ଯାତ୍ରୀମାନେ ସେଠାରେ ଘଣ୍ଟା ଘଣ୍ଟା ଧରି ଯାତ୍ରୀବାହୀ ବସ୍?କୁ ଅପେକ୍ଷା କରିଥାନ୍ତି । ସେହି ସମୟରେ ପରିସ୍ରା ଲାଗିଲେ ମହିଳା ଯାତ୍ରୀମାନେ ବହୁ ଅସୁବିଧାର  ସମ୍ମୁଖୀନ ହେଉଥିବା ଜଣାପଡିଛି । ତେଣୁ ସର୍ବସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଯାତ୍ରୀ ବିଶ୍ରାମାଗାରଟିର ଭିତ୍ତିଭୂମି ବିକାଶ ନିମନ୍ତେ ପୂର୍ତ୍ତବିଭାଗ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।