ଜିରୋ ନାଇଟ’ ଓ ନୂଆବର୍ଷ ପାଇଁ ଟୁଇନ୍ସିଟିରେ କଡ଼ାକଡ଼ି
ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ସ୍ୱତନ୍ତ୍ର ନଜର
ଭୁବନେଶ୍ୱର, ୨୫ା୧୨ : ଟୁଇନ ସିଟିରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି । ଟୁଇନ୍ସିଟିରେ ଚେକିଂ, ବ୍ଲକିଂ ସାଙ୍ଗକୁ ଜୋରଦାର ହେବ ନାକାବନ୍ଦୀ । ଏ ନେଇ ଦୈତନଗରୀ ପୁଲିସ କମିଶନର ସୂଚନା ଦେଇଛନ୍ତି । ନିଶାସକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ଅଧିକ ନଜର । ଜିରୋ ନାଇଟରେ ଯେକୌଣସି ସେଲିବ୍ରେସନ ପାଇଁ କମିଶନରେଟ ପୁଲିସର ଅନୁମତି ନେବାକୁ ପଡିବ ଓ ସାରା ସହାରକୁ ଜଗିବ ସିସିଟିଭି । ଏନେଇ ସବୁ ଥାନା ଗୁଡିକର ଆଇଆଇସିଙ୍କୁ ପୁଲିସ କମିଶନରଙ୍କ ରହିଛି କଡା ନିଦେ୍ର୍ଦଶ । କିଛି ହୋଟେଲ ଓ ଖାଲି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଅନୁମତି ମିଳିଛି । ଏହାସହ ପ୍ରବାସୀ ଭାରତୀୟ ସମ୍ମିଳନୀ ଓ ସାଇବର ସୁରକ୍ଷା ଦିଗରେ ମଧ୍ୟ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ।
ସୂଚନାଯୋଗ୍ୟ ଯେ, ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କମିଶନରେଟ୍ ପୁଲିସର ଜିରୋ ଟଲେରାନ୍ସ ନୀତି । ମଦୁଆ ଓ ରୋଡ୍ ରୋମିଓଙ୍କ ଉପରେ କଡା ନଜର ରଖିବ ପୁଲିସ ଓ ସାଧାରଣ ଲୋକଙ୍କୁ ଯେପରି ସମସ୍ୟା ନହେବ, ସେଥିପ୍ରତି ଟିକନିକ ନଜର ରଖିବ ପୁଲିସ । ଯଦି ଲୋକଙ୍କୁ କୌଣସୁ ଅସୁବିଧା ହୁଏ, ତେବେ ବନ୍ଧା ହେବେ ଉତ୍ପାତକôାରୀ । ଏହାସହ ଜିରୋ ନାଇଟରେ ଯେକୌଣସି ସେଲିବ୍ରେସନ ପାଇଁ କମିଶନରେଟ ପୁଲିସର ଅନୁମତି ନେବାକୁ ପଡିବ ଓ ସାରା ସହରକୁ ଜଗିବ ସିସିଟିଭି । ଏନେଇ ସବୁ ଥାନା ଗୁଡିକର ଆଇଆଇସିଙ୍କୁ ପୁଲିସ କମିଶନର କଡା ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ବ୍ୟାପକ ଫୋର୍ସ ମୁତ୍ୟୟନ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ।