ଅବସରପ୍ରାପ୍ତ ସୈନିକଙ୍କ ସ୍ମୃତିସଭା

ରାଜକନିକା: ରାଜକନିକା ବ୍ଲକ ନହୁଣୀ ପଞ୍ଚାୟତ ଅନ୍ତର୍ଗତ ନୂଆ ଗାଁ ଗ୍ରାମର ଅବସର ପ୍ରାପ୍ତ ସୈନିକ ଅମର ଚନ୍ଦ୍ର ବିଶ୍ୱାଳଙ୍କ ଏକାଦଶାହରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅବସର ପ୍ରାପ୍ତ ସୈନିକ ଅକ୍ଷୟ ନାଥଙ୍କ ସଂଯୋଜନାରେ ନୂଆ ଗାଁ ଗ୍ରାମରେ ଆୟୋଜିତ ଏହି ସ୍ମୃତି ଚାରଣ ସଭାରେ ନାୟକ ଗୋକୁଳ ଚନ୍ଦ୍ର ବିଶ୍ୱାଳ, ବଳରାମ ବେହେରା, ବିଭୂତି ଭୂଷଣ ମହାନ୍ତି, ନବୀନ ରାଉତ, ରଞ୍ଜନ ରାଉତ, ପ୍ରମୋଦ ବିଶ୍ୱାଳ, ବସନ୍ତ ପଲାଇ, ରଞ୍ଜନ ନାୟକ, ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ବିଶ୍ୱାଳ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀନିବାସ ପ୍ରଧାନ, ପ୍ରତିପଦ୍ମା ନାୟକ, ପ୍ରଭାତୀ ରାଉତ, ମାମିନା ବିଶ୍ୱାଳ, ଦମୟନ୍ତୀ ମହାରଣା ଆଦି ସ୍ୱର୍ଗତ ବିଶ୍ୱାଳଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ । ପ୍ରିୟବ୍ରତ, ସତ୍ୟବ୍ରତ ଓ ନନ୍ଦ କିଶୋର ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପରିବାର, ବନ୍ଧୁ ଓ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ ।