ରାଜକନିକା କପ୍ କ୍ରିକେଟ : ୨ୟ ଦିନ ସେମିରେ ଖରାଖାଇ  

 ରାଜକନିକା: ରାଜକନିକା ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆର.ଏନ ହାଇସ୍କୁଲ ମିନି ଷ୍ଟାଡିଅମରେ ଚାଲିଥିବା ରାଜକନିକା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨ୟ ଦିନ ଖେଳ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖରାଖାଇ କ୍ଲବ ଆଳି ଚାନ୍ଦବାଲି କ୍ରିକେଟ ଏକାଡେମୀ ଚାନ୍ଦବାଲିିକୁ ୭ ୱିକେଟରେ ହରାଇ ୨ୟ ଦଳ ଭାବେ ସେମିଫାଇନାଲ୍ରେ ପ୍ରବେଶ କରିଛି । ଏହି ଖେଳରେ ମୁଖ୍ୟଅତିଥି ଭାବେ ରାଜକନିକା ଥାନାଧିକାରୀ ସଞ୍ଜୟ ମଲ୍ଲିକ ଓ ସ୍ୱତନ୍ତ୍ର ଅତିଥି ଭାବେ ସହକାରୀ ଯନ୍ତ୍ରୀ ଅୟସ କାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଆସୋସିଏସନର ସଭାପତି ଦୋଳଗୋବିନ୍ଦ ନାୟକ, ସାଧାରଣ ସମ୍ପାଦକ ଅଜୟ ନାୟକ, ଉପସଭାପତି କପିଳେନ୍ଦ୍ର ମଲ୍ଲିକ, କ୍ରିକେଟ ସମ୍ପାଦକ ବିକ୍ରମ କେଶରୀ ପରିଡା, ଯୁଗ୍ମ ସମ୍ପାଦକ ଡ. ଫକୀର ଚନ୍ଦ୍ର ପ୍ରଧାନ, ମିଡ଼ିଆ ସମ୍ପାଦକ ଅଜୟ ରାଉତ, ଗୋଲକ ବିହାରୀ ମଲ୍ଲିକ, ମିର୍ଜା ଇବ୍ରାହିମ ବେଗ, ବିଜୟ ଭୂୟାଁ, ପର୍ଶୁରାମ ସାହୁ, ଅକ୍ଷୟ ନାଥ, ପ୍ରହଲ୍ଲାଦ ଜେନା, ଶରତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶାନ୍ତ ସାହୁ, ସୋମନାଥ ସାମଲ ଖେଳ ପରିଚାଳନା କରିଥିବା ବେଳେ, ସୌମ୍ୟକାନ୍ତ ନାୟକ, ବିଶ୍ୱ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ।