ଦୁଇ ତିନି ଦିନରେ ଥରେ ପାଉଛନ୍ତି ପାଣି
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨ କିଲୋମିଟର ଦୂର କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦୁତିଆଳ ଗ୍ରାମରେ ସମସ୍ତ ଯୋଜନା ଫେଲ ମାରିଛି । ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ । ପଞ୍ଚାୟତ ବାସୀ ଭାବିଥିଲେ ଜଳକଷ୍ଟରୁ ମୁକ୍ତି ମିଳିବ । ସମସ୍ତଙ୍କ ଘରେ ଘରେ ପିଇବା ପାଣି ପହଞ୍ଚôବ । ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦୁତିଆଳ ଗ୍ରାମର ୧୯ନଂ ୱାର୍ଡରେ ଜଳକଷ୍ଟକର ଚିତ୍ର ସାମ୍ନାକୁ ଆସିଛି । ଘର ପାଖରେ ପିଇବା ପାଣି ପହଞ୍ଚôପାରିବ । ୧୦ ବର୍ଷ ତଳେ ବୋରିଂ ପଏଣ୍ଟ ଖୋଳାଗଲା ଓ ଗାଁକୁ ପାଇପ୍ ବି ବିଛାଗଲା । ପ୍ରକଳ୍ପ ସ୍ଥାପନ ହେବାର ପ୍ରାୟ ୬ ମାସଧରି ଠିକ୍ ପରିମାଣରେ ପାଣି ଆସିଲା । ହେଲେ ତା' ପରେ ପାନୀୟଜଳ ଯୋଗାଣ ସେବା ଠପ୍ ହୋଇଥିଲା । ଏହି ବର୍ଷ ଏପ୍ରିଲ ମାସରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଏହାର ସମାଧାନ କରିଥିଲେ । ସେଠାରେ ନୂତନ ପାଇପ ବସାଯାଇ ପାଣି ଯୋଗାଇ ଦିଆଗଲା । ଏହି ପାଣି ସ୍ଥାନୀୟ ହାଇସ୍କୁଲ ପାଖ ପମ୍ପ ହାଉସରୁ ପାଣି ଯୋଗଇ ଦିଆଗଲା । କିନ୍ତୁ ବର୍ତ୍ତମାନ ପାଇପରେ ପାଣି ଠିକ ସମୟରେ ଆସୁନାହିଁ । ଏହି ପଞ୍ଚାୟତ ଅନ୍ତର୍ଗତ ୧୯ ନଂ ୱାର୍ଡରେ ବସବାସ କରୁଥିବା ରେଣୁକା ରାଉତ, ମିନତୀ ସ୍ୱାଇଁ, ହେମଲତା ସାହୁ, ମାଳତୀ ସ୍ୱାଇଁ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ନିର୍ମଳ ସ୍ୱାଇଁ, ବାସନ୍ତୀ ରାଉତ, ସୁକାନ୍ତି ରାଉତ, ସତ୍ୟଶ୍ରୀ ରାଉତ ପ୍ରମୁଖ ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ ଦୁଇ ତିନିଦିନରେ ଥରେ ପାଣି ଦିଆ ଯାଉଛି । ତାହା ଫୁଣି କେତେବେଳେ ସକାଳେ କେତେବେଳେ ସନ୍ଧ୍ୟା ବେଳେ ଅଧଘଣ୍ଟା ପାଇଁ ଦିଆ ଯାଉଛି । ସେହି ସମୟରେ ସେହି ୱାର୍ଡର ସବୁ ଲୋକ ପାଣି ପାଇପାରୁନାହାନ୍ତି । ପୂର୍ବଭଳି ସ୍ଥାନୀୟ ଅଞ୍ଚଳବାସୀ ସେଠାରେ ଥିବା ଗୋଟିଏ ନଳକୂପରୁ ପାଣି ନେଉଛନ୍ତି । ଅନ୍ୟପକ୍ଷରେ ସରପଞ୍ଚ ଅଙ୍କୁର ସେଠୀଙ୍କୁ ପଚାରିବାରୁ ସେ ନିଜ ଉପରୁ ଦୋଷ ଖସାଇ ଦେଇଥିଲେ । ନଟ୍ବୋଲ୍ଟ ସଜାଡିବାକୁ ମଧ୍ୟ ଆମକୁ ଟଙ୍କା ଯାହା ସମସ୍ୟା ରହୁଛି ଆର୍.ଡବ୍ଲୁ୍ୟ.ଏସ୍.ଏସ୍ ବିଭାଗ ବୁଝାବୁଝି କରୁଛି । ମରାମତି କାମ ବିଭାଗର ଅନୁମତି ନେଲାପରେ ଆମେ କରୁଛୁ । ସି.ଏଫ୍/ଏସ୍.ଏଫ୍.ସି ଅନୁଦାନରୁ ଆମେ ବାର୍ଷିକ ୮/୯ଲକ୍ଷ ଟଙ୍କା ବିଜୁଳି ବାବଦକୁ ଗଣୁଛୁ । ଆର୍.ଡବ୍ଲୁ୍ୟ.ଏସ୍.ଏସ୍ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ପଚାରିବାରୁ କହିଛନ୍ତି ଯେ, ସେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସହ କଥା ହେବେ ଓ ଖୁବ୍ଶୀଘ୍ର ଏହାର ସମାଧାନ କରାଯିବ ।