ଛାତ୍ର ବିଜେଡିର ବିକ୍ଷୋଭ 

 ନୂଆପଡ଼ା : ରାଜ୍ୟରେ ମହିଳ ମାନେ ଅସୁରକ୍ଷିତ ବୋଲି ଅଭିଯୋଗ କରି ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରି ଖଡ଼ିଆଳ ଛାତ୍ର ବିଜେଡି ପକ୍ଷରୁ ଏକ ରାଲି ଖଡ଼ିଆଳ ବ୍ଲକ ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପରେ ଥାନା ଛକ ଠାରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ଅଭିଷେକ ଜଗତ ପ୍ରମୁଖ ଯୋଗ ଦେଇ ବର୍ତ୍ତମାନ ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ମନେ କରୁଥିବା ଓ ଘରୁ ପଦାକୁ ବାହାରିବାକୁ ଭୟ କରୁଥିବା ମତବ୍ୟକ୍ତ କରିଥିଲେ । କିଛି ଦିନ ହେବ ରାଜ୍ୟରେ ଅନେକ ଝିଅ ଆତ୍ମହତ୍ୟା କରିଥିବାବେଳେ ନାରୀମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବଢ଼ି ଚାଲିଛି । କିନ୍ତୁ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ନଅ ଦଫାର ଦାବିପତ୍ର ଖଡ଼ିଆଳ ଆଇଆଇସି ଦିଲ୍ଲୀପ ସାହୁଙ୍କ ଜରିଆରେ ଓଡ଼ିଶା ପୁଲିସ ମହାନିଦେ୍ର୍ଦଶକଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେଡ଼ି ମହିଳା ଜିଲା ସଭାନେତ୍ରୀ ସରସ୍ୱତୀ ବାଗ, ଶେଫାଳି ସଲମା, ଚିତ୍ତ ବେହେରାଙ୍କ ସମେତ ଶତାଧିକ ବିଜେଡି ନେତା, କର୍ମୀ ଯୋଗ ଦେଇଥିଲେ ।