ବିରଳ ପ୍ରଜାତିର କଇଁଛ ଉଦ୍ଧାର

ମାଲକାନଗିରି: ଗୁପ୍ତେଶ୍ୱର ଶୈବ ପୀଠ ଅଭିମୁଖେ ମାଲକାନଗିରି ଜିଲ୍ଲାର କିଛି ସାମ୍ବାଦିକ ଗତ ରବିବାର ରାତ୍ରିରେ ଯାଉଥିବାବେଳେ ୩୨୬ ନମ୍ବର ଜାତୀୟ ରାଜପଥ ମାଥିଲି ନିକଟରୁ ବିରଳ ପ୍ରଜାତିର କଇଁଛଟି ଜାତୀୟ ରାଜପଥରେ ବୁଲୁଥିବାର ଦେଖିଥିଲେ । ଏବଂ ଏହାକୁ କୌଣସି ଗାଡି ଚାପିଦେବା ଆଶଙ୍କାରେ କଇଁଛଟିକୁ ଉଦ୍ଧାର କରି ଗୁପ୍ତେଶ୍ୱର ନଦୀରେ ଛାଡି ଦେଇଥିଲେ । ତେବେ ଭକ୍ତ କଇଁଛଟିକୁ ଦେଖି ଭକ୍ତିରେ ପ୍ରଣାମ କରିବା ସହିତ ଚନ୍ଦନ ଫୁଲ ଦେଇଥିଲେ ।