କୁଖ୍ୟାତ ଗଞ୍ଜେଇ ବେପାରୀ ଗିରଫ, ୫ ଦାମୀ ଗାଡି ଜବତ

କୁଖ୍ୟାତ ଗଞ୍ଜେଇ ବେପାରୀ ଗିରଫ, ୫ ଦାମୀ ଗାଡି ଜବତ


 ଭୁବନେଶ୍ୱର, ୨୨ା୪ : ରାଜଧାନୀରେ ବଢ଼ୁଛି ଗଞ୍ଜେଇ ବେପାର । କନ୍ଧମାଳରୁ ଚାଲାଣ ହୋଇ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ଡିପୋ । ଏହିଭଳି ଚୋରା ଗଞ୍ଜେଇ କାରବାର କରୁଥିବା କନ୍ଧମାଳର ଏକ ଗ୍ୟାଙ୍ଗକୁ କ୍ରାଇମବ୍ରା ର ଏସ୍ଟିଏଫ୍ ଠାବ କରିଛି । ଗ୍ୟାଙ୍ଗର ଦୁଇ ଭାଇଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୫ଟି ଦାମୀ କାର ଜବତ କରାଯାଇଛି । ପୂର୍ବରୁ ବଡଭାଇ ବିକାଶ ଦିଗଲକୁ ପୁଲିସ ଗିରଫ କରିଥିବା ବେଳେ ଆଜି ସୌମ୍ୟରଂଜନ ଦିଗଲକୁ ଗିରଫ କରାଯାଇଛି । ଏହି ଗ୍ୟାଙ୍ଗକୁ ଧରିବାରେ ଏସ୍ଟିଏଫ୍କୁ କନ୍ଧମାଳ ପୁଲିସ ସହାୟତା କରିଥିଲା । ଗତ ୧୧ ତାରିଖରେ ଏକ କାରରେ ବିକାଶ ଦିଗଲ ୫୨ କିଲୋ ଗଞ୍ଜେଇ ନେଇ କନ୍ଧମାଳରୁ ଭୁବନେଶ୍ୱର ଆସୁଥିଲା । ଖବରପାଇ ଏସ୍ଟିଏଫ୍ ଚଢାଉ କରି ଭୁବନେଶ୍ୱର ପଟିଆ ଅ ଳରୁ ତାକୁ ଗିରଫ କରିଥିଲା । ଜେରା ବେଳେ ଏହି ଚୋରା କାରବାର ପଛରେ କନ୍ଧମାଳ ଜିଲ୍ଲାର ଏକ ଗ୍ୟାଙ୍ଗ କାମ କରୁଥିବା ପୁଲିସ ଜାଣିବାକୁ ପାଇଥିଲା । ପରେ ଗ୍ୟାଙ୍ଗକୁ ଧରିବା ଲାଗି ଏସ୍ଟିଏଫ୍ କନ୍ଧମାଳରେ ଜାଲ ବିଛାଇଥିଲା । ଏପରିକି କନ୍ଧମାଳ ପୁଲିସର ମଧ୍ୟ ସହାୟତା ଲୋଡିଥିଲା । 
 ସୂଚନାଯୋଗ୍ୟଯେ, ରବିବାର ବିଳମ୍ବିତ ରାତିରେ ଗଞ୍ଜେଇ ବେପାରୀ ବିକାଶର ଭାଇ ଏକ କାରରେ ଗଞ୍ଜେଇ ନେଇ ଭୁବନେଶ୍ୱର ଆସୁ୍ଥିବା ଜଣାପଡିଥିଲା । ସେ ଏଥର ନୂଆ ତରିକାରେ ନିଶା ବେପାର କରି ଏକ ଘରୋଇ କାରରେ ମହିଳା ଓ ଶିଶୁଙ୍କୁ ବସାଇ ସେଥିରେ ଚୋରା ନିଶା କାରବାର ଚଳାଇଥିଲା । ବହୁବାର ପୁଲିସ ଆଖିରେ ଏଭଳି ଧୂଳି ଦେଇ ସେ ଦୀର୍ଘଦିନ ହେଲା କାରବାର କରୁଥିଲା । ପ୍ରାୟ ସମୟ ଭଳି ଗତକାଲି ସେ ଗଞ୍ଜେଇ କାରବାର ପାଇଁ ଗ୍ରାହକକୁ ଅପେକ୍ଷା କରିଥିବା ବେଳେ ଖବର ପାଇ ତାକୁ ଚନ୍ଦ୍ରଶେଖରପୁର ଅ ଳରୁ ଏସ୍ଟିଏଫ୍ ପୁଲିସ କାବୁ କରିଛି । ଜେରା ବେଳେ ପୁଲିସ ତା ଠାରୁ ୫ଟି ଦାମୀ କାର ଓ ଏକ ବୁଲେଟ୍ ବାଇକ ଜବତ କରିଛି । ଏନେଇ ଘଟଣାର ଅଧିକ ତଦନ୍ତ ଚାଲୁଥିବା ବେଳେ ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି ଓ ଏମାନଙ୍କ ସହ କିଏ ହାତ ମିଳାଇଛି ସେ ନେଇ ତଦନ୍ତ ଚଳାଇଥିବା  ଏସଟିଏଫ୍ ପୁଲିସ କହିଛି ।