ଅଟୋ ଚାଳକଙ୍କୁ ଆକ୍ରମଣ ; ଲେଡ଼ି ଡନ୍ ଗିରଫ

ଅଟୋ ଚାଳକଙ୍କୁ ଆକ୍ରମଣ ; ଲେଡ଼ି ଡନ୍ ଗିରଫ

  • ଭୁବନେଶ୍ୱର, ୧୩ା୯ : ଗାଡି ସାଇଡ଼ କରିବାକୁ କହିବାରୁ ଜଣେ ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ । ଏହି ଘଟଣାରେ ନୟାପଲ୍ଲୀ ଥାନା ପୁଲିସ ଜଣେ ଲେଡ଼ି ଡନକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ, ମଞ୍ଚେଶ୍ୱର ଚକେଇସିଆଣି ଅଞ୍ଚଳର ସରୋଜିନୀ ପଣ୍ଡା ।
    ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ସୁରେନ୍ଦ୍ର ଡାକୁଆ ୧୨ ତାରିଖ ସନ୍ଧ୍ୟା ୬ଟା ୩୦ ସମୟରେ ଜୟଦେବ ବିହାର ସ୍ଥିତ ପାର୍କଂ ଅଞ୍ଚଳରେ ନିଜର ଅଟୋକୁ ପାର୍କିଂ କରିଥିଲେ । ଏହି ସମୟରେ ଅଟୋ ଆଗରେ ଅଭିଯୁକ୍ତଙ୍କ ବାଇକ ରଖିଥିବାରୁ ଅଭିଯୋଗକାରୀ ଅଟୋ ଚାଳକ ଆଗରୁ ବାଇକ ହଟାଇବାକୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ମହିଳା ଜଣକ ନିଜର ୨ ଜଣ ସହଯୋଗୀ ଏବଂ କିଛି ଅଜଣା ଲୋକଙ୍କୁ ଡ଼କାଇ ଲୁହାରଡ଼ରେ ଓ ହାତରେ ଗୋଡରେ ବିଧା, ଗୋଇଠା ମାରି ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ଫଳରେ ଅଭିଯୋଗକାରୀଙ୍କ ଶରୀରରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଘଟଣା ସ୍ଥଳରେ କିଛି ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ମୁଖ୍ୟ ଲେଡ଼ି ଡନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।