ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ସାଲେପୁର : ସାଲେପୁର ବ୍ଲକ୍ର ମହାସିଂହପୁର ଉଚ୍ଚ ବିଦ୍ୟାଳୟ ଠାରେ ୨୦୦୬ ମାଟ୍ରିକ୍ ବ୍ୟାଚ୍ର ଏକ ବନ୍ଧୁମିଳନ ଉତ୍ସବ ଓ ବୃକ୍ଷରୋପଣ ଏବଂ ପୂଜ୍ୟପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ନିରୂପମା ସାମଲ, ବଳଦେବ ଦାସ, ଅକ୍ଷୟ କୁମାର ପୁହାଣ, ସୁବାସ ଚନ୍ଦ୍ର ବିଶ୍ୱାଳ, ମୀନକେତନ ଖଟେଇ, ଅକ୍ଷୟ କୁମାର ବଳ, ରସାନନ୍ଦ ଘଡେଇ, ପୀତବାସ ଶତପଥି, ସସ୍ମିତା ଶତପଥି, ସେକ୍ ଅବୁଜର, ପ୍ରତାପ କୁମାର ଜେନା, ଅପରାଜିତା ପରିଡ଼ା, ନନ୍ଦିନୀ ମଲ୍ଲିକ, ଧର୍ମପ୍ରିୟା ସାହୁ, ରାକେଶ ମଲ୍ଲିକ, ଚନ୍ଦ୍ରଶେଖର କୁଅଁର, ନିରାକାର ବିଶ୍ୱାଳ, କୋକୁଆନ୍ ଅଲ୍ଲି ଖାଁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଯୁବକବି ସୌମ୍ୟରଂଜନ ଭୂୟାଁ ସଂଯୋଜନା କରିଥିବାବେଳେ ସୟାଦ ନସ୍ତର ହୁସେନ, ପ୍ରସନ୍ନ କୁମାର ମହାରଣା, ନିରଂଜନ ଦାଶ ସଭା ପରିଚାଳନା କରିଥିଲେ । ଶେଷରେ ଦୁର୍ଗାପ୍ରସନ୍ନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।