ନବକୃଷ୍ଣଙ୍କ ପୁଣ୍ୟତିଥି ପାଳିତ
ଅନୁଗୁଳ: ବାଜି ରାଉତ ଛାତ୍ରାବାସ ଓ ଉକôଳ ନବଜୀବନ ମଣ୍ଡଳ ପକ୍ଷରୁ ଶାନ୍ତି ମନ୍ଦିର ଠାରେ ନବକୃଷ୍ଣ ଚୌଧୁରୀଙ୍କ ୪୧ତମ ପୁଣ୍ୟତିଥି ପାଳିତ ହୋଇଯାଇଛି । ଛାତ୍ରାବାସର ସଭାପତି ଅନ୍ତର୍ଯ୍ୟାମୀ ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ଗାନ୍ଧୀବାଦୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ନାଟ୍ୟକାର ଦିନେଶ ଦାସ ଯୋଗ ଦେଇ ନବକୃଷ୍ଣ ଚୌଧୁରୀଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷା ଦ୍ରୌପଦୀ ପଟେଲ, ଶିବରାମ ମିଶ୍ର, ଲିପିକା ମହାପାତ୍ର ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ଜନ ଆନେ୍ଦାଳନର ନେତ୍ରୀ ମେଧା ପାଟେକରଙ୍କୁ ରାୟଗଡ଼ାଠାରେ ସରକାରଙ୍କ ପକ୍ଷରୁ ଅସମ୍ମାନ ବିରୋଧରେ ପ୍ରକୃତି ମିତ୍ର ସମ୍ମାନ ଫେରାଇଥିବା ସିଦ୍ଧାର୍ଥ ପ୍ରଧାନଙ୍କୁ ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ସମ୍ମାନିତ କରିଥିଲେ । ସକାଳେ ଅନୁଗୁଳ ପୌର ପରିଷଦର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ନବମାଳତୀ ପୀଠରେ ବୃକ୍ଷ ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୈଳାଶ ଚନ୍ଦ୍ର ସାହୁ, ନାରାୟଣ ମିଶ୍ର, ଲକ୍ଷ୍ମୀକାନ୍ତ ବିଶ୍ୱାଳ, ସରସ୍ୱତୀ ସ୍ୱାଇଁ, ସୁଜାତା ପ୍ରୀତିନନ୍ଦା, ପ୍ରଦୁ୍ୟମ୍ନ ନାୟକ, ଆଦ୍ୟଶ୍ଲୋକ ମିଶ୍ର, ସୂର୍ଯ୍ୟ ନାରାୟଣ ନାଥ, କର୍ମବୀର କଳ୍ପତରୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ମୂରଲୀଧର ମୂଳିଆ ଧନ୍ୟବାଦ ଅର୍ପଣ କରିଥିଲେ ।