ପୁରୀ ଜିଲ୍ଲାରେ ଲଘୁ ଖଣିଜର ଚୋରା ଚାଲାଣ

ପୁରୀ ଜିଲ୍ଲାରେ ଦିନକୁ ଦିନ ବେଧଡକ ଭାବେ ବଢ଼ିଚାଲିଛି ଲଘୁ ଖଣିଜ ଚୋରା ଚାଲାଣ । ଆଉ ନିଦାବିଷ୍ଣୁ ପାଲଟିଛି ପ୍ରଶାସନ । ଜିଲ୍ଲାରେ ୧୧ଟି ତହସିଲ ଅଧିନରେ ଥିବା ନଦୀ ପଠାରୁ ମାଟି ଓ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ବଡ଼ ବଡ଼ ଜେସିବି ଲଗାଇ ମାଟି ତାଡ଼ି ନେଉଛନ୍ତି ମାଫିଆ । 

ଅନ୍ୟପଟେ ପୁରୀ ଜିଲ୍ଲା ପାଇଁ ଜଣେ ମାତ୍ର ଖଣି ଅଧିକାରୀ ଥିବା ବେଳେ ଭଡାରେ ଚାଲିଛି କାର୍ଯ୍ୟାଳୟ । ନିଜସ୍ୱ ଗାଡି ମଧ୍ୟ ନାହିଁ । ନିଜସ୍ବ ସୁରକ୍ଷାକର୍ମୀ ନଥିବାରୁ ଚଢ଼ାଉ ସମୟରେ ଅସୁରକ୍ଷିତ ମଣୁଛନ୍ତି ଖଣି ଅଧିକାରୀ । ଫଳରେ ଚୋରା ଚାଲାଣରେ ରୋକ ଲାଗାଇବାକୁ ବାଧା ସୃଷ୍ଟି ହେଉଛି । ୨୦୨୪ ରୁ ୨୦୨୫ ଭିତରେ ୧୬୫ ଟି ଗାଡି ଜବତ ହୋଇଥିବା ବେଳେ ୨୦୨୩ ରୁ ୨୦୨୪ ଭିତରେ ୮୦ ଲକ୍ଷ ୫୮ ହଜାର ୫୬ ଟଙ୍କା ଆଦାୟ କରିସାରିଛି  ପୁରୀ ଖଣି କାର୍ଯ୍ୟାଳୟ ।