ପୁଲିସକୁ ମରଣାନ୍ତକ ଆକ୍ରମଣ କରି ୪ ଗିରଫ

ପୁଲିସକୁ ମରଣାନ୍ତକ ଆକ୍ରମଣ କରି ୪ ଗିରଫ


ଭୁବନେଶ୍ୱର, ୦୧ା୬ : ଗତ କାଲି ବିଳମ୍ବିତ ରାତିରେ ଜଣେ ପୁଲିସ କର୍ମଚାରୀଙ୍କୁ ମୋହରା ବନାଇ ଚେକିଂ ସ୍ଥଳରୁ ତାଙ୍କୁ ଚିକିସ୍ଥା ବାହାନାରେ ହସ୍ପିଟାଲକୁ ନେଇ ସେଠାରେ ୪ ଜଣ ଅଭିଯୁକ୍ତ ମଦ ନିଶାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ଗିରଫ ୪ ଅଭିଯୁକ୍ତ ହେଲେ, ଜଙ୍କିଆର ନିଳାଦ୍ରୀ ବିହାରୀ ଦାସ, ଭଦ୍ରକ ଜିଲ୍ଲାର ବିକାଶ ବିଶ୍ୱାଳ, ଜଙ୍କିଆର କାହ୍ନା ବିହାରୀ ଦାସ ଓ ନିମାପଡ଼ାର ସମୀର କୁମାର ସ୍ୱାଇଁ । ଏମାନଙ୍କ ଠାରୁ ଏକ କାର ଜବତ କରାଯାଇଛି ।
ସୂଚନାଯୋଗ୍ୟଯେ, ଟ୍ରାଫିକ୍ ଥାନା- ୨ର ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ସମ୍ପୃକ୍ତ ଥାନାର ଅଧିକାରୀ ଏବଂ କର୍ମଚାରୀ ଗତ କାଲି ରାତିରେ ପଟିଆ ଛକ ନିକଟରେ ଯାନବାହାନ ଚେକିଂ କରୁଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ବିଳମ୍ବିତ ରାତିରେ ଏକ କାର ଦୃତ ଗତିରେ ଚଳାଇ ପଟିଆ ଛକ ଅଭିମୁଖେ  ଆସୁଥିବାର ଦେଖି ଆସୁଥିବାର ଦେଖିବାକୁ ପାଇଥିଲେ । ଏହି ସମୟରେ ଘଟଣା ସ୍ଥଳରେ ଚେକିଂ ଡୁ୍ୟଟିରେ ମୁତୟନ ଥିବା ପୁଲିସ କର୍ମଚାରୀ ମାନେ ଉକ୍ତ ଗାଡିକୁ ଅଟକାଇ ଯାଞ୍ଚ ସମୟରେ ଉକ୍ତ କାର ଚାଳକ ଜଣକ ନିଶାଶକ୍ତ ଅବସ୍ଥାରେ ଥିବାର ଜଣାପଡ଼ିଥିଲା । ଏହି ସମୟରେ କାରରେ ଥିବା ଅନ୍ୟଜଣେ ଅଭିଯୁକ୍ତଙ୍କ ମୁହରେ ଆଘାତ ଲାଗିଥିବା ଯୋଗୁଁ ଦ୍ରୁତଗତିରେ ଡାକ୍ତରଖାନା ଯାଉଥିବାର ଜଣାଇଥିଲେ । ଏଭଳି କଥା ସୁଣି ଥାନା ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଜଣେ ପୁଲିସ ତାଙ୍କୁ କିମସ ହସ୍ପିଟାଲକୁ ନେଇଥିଲେ । ହସ୍ପିଟାଲରେ ପହଞ୍ଚିବା ମାତ୍ରେ ଅଭିଯୁକ୍ତ ଜଣକ ଓ ଅନ୍ୟ ସହଯୋଗୀ ମାନେ ମିଶି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ୪ ଜଣ ମିଶି ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଖବର ପାଇ ଚନ୍ଦ୍ରଶେଖରପୁର ଥାନାର ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା । ପରେ ଥାନା କେସ ନମ୍ବର ୪୫୭ରେ ମାମଲା ରୁଜୁକରି ଦଫା ୨୭୯, ୨୯୪, ୩୪୧, ୩୨୩, ୩୩୬, ୩୦୭, ୩୫୨, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।