ପୁଲିସର ଫ୍ଲାଗମାର୍ଚ୍ଚ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ସହରରେ ୨ ସଂପ୍ରଦାୟ ମଧ୍ୟରେ ଉତେଜନାକୁ ଦୃଷ୍ଟିରେ ରଖି ପୁଲିସ ତରଫରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଗଣ୍ଡଗୋଳକାରୀ ଓ ଆସାମାଜିକ ତତ୍ୱଉପରେ ପୁଲିସ କଡା ନଜର ରଖିଛି । ସହରରେ ଏକାଧିକ ପୁଲିସ ମୋବାଇଲ ଭ୍ୟାନ ଚକର କାଟୁଛନ୍ତି । ଗଣ୍ଡୋଗୋଳରେ ସଂପୃକ୍ତ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ପଟ୍ଟାମୁଣ୍ଡାଇର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ବାତିଲ ହୋଇଥିବା ଶାନ୍ତି କମିଟି ବୈଠକ ପଂଚାୟତ ସମିତି ସଭାଗୃହରେ ଅନୁଷ୍ଠଠିତ ହେବ ବୋଲି ମଡେଲ ଥାନା ଅଧିକାରୀ ବନ୍ଦନା ପାତ୍ର କହିଛନ୍ତି । ପଟ୍ଟାମୁଣ୍ଡାଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରଖି କେନ୍ଦ୍ରାପଡାରୁ ପୁଲିସ ଅଧିକାରୀ ଘଟଣାଉପରେ ନଜର ରଖିଛନ୍ତି ।