ସାର ବଣ୍ଟନ ନେଇ ଆଲୋଚନା
ପୁରୀ : ପୁରୀ ଜିଲ୍ଳାରେ ସାରର ଅଭାବ ସଂପର୍କରେ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ । ଜିଲ୍ଳାରେ ସାରର ସୁଷମ ବଣ୍ଟନ ନେଇ ଏହି ପ୍ରତିନିଧି ଦଳ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ । ଚଳିତ ବର୍ଷ ଖରିଫ ଧାନ ଚାଷ ପାଇଁ ୯ହଜାର ମେଟି୍ରକ ଟନ୍ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୭୩୧୯ମେଟି୍ରକ ଟନ୍ ସାର ଆସିଛି । ସେହିପରି ୫୫୦୦ ମେଟ୍ରିକ ଟନ୍ ସାର ଦରକାର ଥିବାବେଳେ ଏପର୍ଯ୍ୟନ୍ତ ୧୨୧୮୯ମେଟି୍ରକ ଟନ୍ ସାର ଆସିଛି । ଏମ୍.ପି.କେ ସାର ୭୫୦୦ମେଟି୍ରକ ଟନ୍ ଦରକାର ଥିବା ବେଳେ ୮୦୮୮ମେଟ୍ରିକ ଟନ୍ ଆସିଛି ଓ ଏମ.ପି ସାର ୨୦୦୦ମେଟି୍ରକ ଟନ୍ ଆବଶ୍ୟକ ଥିବା ବେଳେ ୨୭୮୮ମେଟି୍ରକ ଟନ୍ ସାର ଆସିଛି । ଆଗକୁ ଯୁଦ୍ଧକାଳୀନ ଭିତ୍ତିରେ ସାରର ଆମଦାନୀ କରାଯାଇ ଚାଷୀମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଶ୍ରୀ ସାହୁ ଆଲୋଚନା ବେଳେ ଜିଲ୍ଳାମୁଖ୍ୟ କୃଷି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଚାଷୀମାନଙ୍କୁ ସାରର ସୁଷମ ବଣ୍ଟନରେ ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେପି କୃଷକ ମୋର୍ଚ୍ଚାର ମହେଶ୍ୱର ସାହୁ ଚେତାବନୀ ଦେଇଛନ୍ତି । ଏହି ଆଲୋଚନା କାଳରେ କୃଷକମୋର୍ଚ୍ଚାର ରାଜ୍ୟ ସଂପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ରାଜ୍ୟ ସଂଯୋଜକ ଗୋବିନ୍ଦଚନ୍ଦ୍ର ପ୍ରଧାନ, ପୁରୀ ଜିଲ୍ଳା କୃଷକମୋର୍ଚ୍ଚା ସଭାପତି ଅଜୟ କୁମାର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ମହାନ୍ତି, ରଞ୍ଜନ କୁମାର ବରାଳ, ଅର୍ଜୁନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।