ଦୁଇ ଅପରିଚିତ ଶିଶୁ ଉଦ୍ଧାର

 ସୁକିନ୍ଦା : ଜଣେ ଯୁବକ ଦୁଇ ଅପରିଚତ ଶିଶୁଙ୍କୁ ଉଦ୍ଧାର କରି ପୁଲିସକୁ ହସ୍ତାନ୍ତର କରିଛନ୍ତି । ସୁକିନ୍ଦାର ଜଗତମୋହନ ବେହୁରା ରବିବାରନିଜ ଫାର୍ମରେ ଚାଷ କାର୍ଯ୍ୟ ଦେଖୁଥିବା ସମୟରେ ଦୁଇ ଅପରିଚିତ ଶିଶୁ ଭୟଭୀତ ଅବସ୍ଥାରେ ବୁଲୁଥିଲେ । ଶିଶୁ ଦୁଇ ଜଣଙ୍କୁ ଦେଖି ଜଗତମୋହନ ଶିଶୁଙ୍କୁ ପାଖକୁ ଡାକି ସେମାନଙ୍କ ନାମ ଓ ପରିଚୟ ପଚାରିଥିଲେ । ଉଭୟ ନିଜର ପରିଚୟ କହିପାରି ନଥିଲୋ କେବଳ ଡୁବୁରୀ ପଟୁ ଆସିଥିବା କହିଥିଲେ । ଉଭୟ ଶିଶୁଙ୍କୁ ଜଗତ ସୁକିନ୍ଦା ପୁଲିସକୁ ହସ୍ତାନ୍ତର କରିବା ପରେ ଶିଶୁଙ୍କୁ ସୁକିନ୍ଦା ସ୍ଥିତ ଶିଶୁ ଯନô ଗୃହରେ ଛାଡିଥିବା ଜଣାପଡିଛି । ଶିଶୁଙ୍କ ମଧ୍ୟରୁ ଜଣଙ୍କର ବୟସ ୫ ଓ ଅନ୍ୟ ଜଣଙ୍କର ବୟସ ୭ ବୋଲି ଅନୁମାନ କରାଯାଏ । ସେମାନଙ୍କ ପରିଚୟ ଜାଣିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଛି ।