ପୂଜାସ୍ଥଳରେ ଥିବା ପାଣି ପାତ୍ର

ପୂଜାସ୍ଥଳରେ ଥିବା ପାଣି ପାତ୍ର

ଧାର୍ମିକ ବିଶ୍ୱାସ ଅନୁଯାୟୀ, ପୂଜା ଘରେ ଥିବା ଜଳପାତ୍ର କିମ୍ବା କଳସାରେ ସବୁବେଳେ ଗଙ୍ଗାଜଳ ସହିତ ତୁଳସୀ ପତ୍ର ପକାଇ ରଖିବା ଉଚିତ । ଜଳ ପାତ୍ରକୁ ଖାଲି ରଖ୍‌ ଦ୍ୱାରା ଘର ଏବଂ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ ଆର୍ଥିକ ସଙ୍କଟ ମଧ୍ୟ ଦେଖାଦିଏ ।
ଚାଉଳ ଡବା
ବାସ୍ତୁ ଅନୁସାରେ କେବେ ମଧ୍ୟ ଚାଉଳ ଡବା ହେବା ଖାଲି ରଖିବା ଉଚିତ ନୁହେଁ ଓ ଚାଉଳ ସରିବା ପୂର୍ବରୁ ହିଁ ସେଥରେ ଚାଉଳ ଆଣି କରିଦେବା ଭଚିତ । ଏହା ହେଉଛି ସମୃଦ୍ଧିର ପ୍ରତୀକ ଏହାଦ୍ୱାରା ସକାରାତ୍ମକ ଶକ୍ତି ସୃଷ୍ଟି ହୁଏ । ମା' ଅନ୍ନପୂର୍ଣ୍ଣା ହେଉଛନ୍ତି ଧନଧାନ୍ୟ, ଐଶ୍ୱର୍ଯ୍ୟ ଏବଂ ସୌଭାଗ୍ୟର ଦେବୀ । ତେଣୁ ପ୍ରତିଦିନ ମା' ଅନ୍ନପୂର୍ଣ୍ଣାଙ୍କ ପୂଜା କରିବା ଦ୍ୱାରା ଅନ୍ନ ଭଣ୍ଡାର ପୂର୍ଣ୍ଣ ହୋଇ ରହିଥାଏ ।
ଖାଲି ରଖନ୍ତୁ ନାହିଁ ଟଙ୍କା ବାକ୍ସ
ଘରେ ଥିବା ଟଙ୍କା ବାକ୍ସ, ଆଲମାରୀ ବା ମନିପର୍ସକୁ କେବେ ମଧ୍ୟ ଖାଲି ରଖନ୍ତୁ ନାହିଁ । ଏହା ଅର୍ଥହାନି ପରିସ୍ଥିତି ସୃଷ୍ଟି କରିଥାଏ । ତେଣୁ ଆଲମାରୀରେ ସବୁବେଳେ କଉଡ଼ି, ଗୋମତୀଚକ୍ର କିମ୍ବା ଶଙ୍ଖ ଆଦି ରଖିପାରିବେ । ଏହା ସମୃଦ୍ଧିର ପ୍ରତୀକ ।
ବାଲ୍‌ଟି
ବାସ୍ତୁ ଶାସ୍ତ୍ର ଅନୁସାରେ, ବାଥରୁମରେ ଥିବା ବାଲଟିକୁ କେବେ ମଧ୍ୟ ଖାଲି ରଖିବା ଉଚିତ ନୁହେଁ । କାରଣ ଏହା ନକାରାତ୍ମକ ଶକ୍ତି ସୃଷ୍ଟି କରେ । ତେଣୁ ବାଥରୁମରେ ଥିବା ବାଲଟିରେ ସବୁବେଳେ ପାଣି ଭର୍ତ୍ତି କରି ରଖନ୍ତୁ । ଏହା ସହିତ ବାଥରୁମରେ ନୀଳ ରଙ୍ଗର ବାଲଟି ରଖିବା ଉତ୍ତମ ହୋଇଥାଏ ।