ପୂର୍ତ୍ତ ବିଭାଗ ରାସ୍ତା କାମ ସାରିିବାକୁ ଦାବି
ଧର୍ମଶାଳା : ସରକାରଙ୍କ ପକ୍ଷରୁ ଲୋକଙ୍କ ଗମନାଗମନ ସୁବିଧା ପାଇଁ ବିଭିନ୍ନ ରାସ୍ତା ଗୁଡ଼ିକୁ ପ୍ରଶସ୍ତି କରଣ ନିମନ୍ତେ ପୂୂର୍ତ୍ତ ବିଭାଗ ଅଧିନରେ କୋଟି କୋଟି ଟଙ୍କାର ଟେଣ୍ଡର କରାଯାଇ ଠିକାଦାରଙ୍କ ମାଧ୍ୟମରେ କାର୍ଯ୍ୟ କରିବାର ବ୍ୟବସ୍ଥା ରହିଛି । ହେଲେ ଏହି କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି ।
କେଉଁଠି କାର୍ଯ୍ୟ ହେବାର ଛ’ ମାସ ଭିତରେ ରାସ୍ତାରୁ ପିଚୁ ଉଠି ଯାଉଛି ତ ଆଉ କେଉଁଠି ରାସ୍ତା ଦବି ଯାଉଛି । ବୂର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ, ଏହି ପୂର୍ତ ବିଭାଗର ଖାମଖିଆଲି ନୀତି ଯୋଗୁ ଧର୍ମଶାଳା ନିର୍ବାଚନମଣ୍ଡଳୀର ସାଧାରଣ ଲୋକେ ହିନସ୍ଥା ଭୋଗୁଥିବା ଅଭିଯୋଗ ହୋଇଛି । ପୂର୍ତ ବିଭାଗ ଅଧୀନରେ ଥିବା ରାସ୍ତା ଗୁଡିକ ମଧ୍ୟରୁ ବିଭିନ୍ନ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇ ଅଧା ରେ ଅଟକି ରହି ଥିବା ବେଳେ ଆଉ କେଉଁଠି କାର୍ଯ୍୍ୟ ଆରମ୍ଭ ହୋଇ ପାରି ନାହିଁ । ୨୦୨୩ ଡିସେମ୍ବର ମାସରେ ପାଣିକୋଇଲି ପୂୂର୍ତ୍ତ ବିଭାଗ ଅଧୀନରେ ନିର୍ବାଚନ ମଣ୍ଡଳୀର ୧୨ଟି ସ୍ଥାନରେ ୧୬୧ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ରାସ୍ତାର ପ୍ରଶସ୍ତି କରଣ ନିମନ୍ତେ ଶିଳାନ୍ୟାସ ହୋଇଥିଲା । ନେଉଳପୁର-ହରିଦାସପୁର ରାସ୍ତା ପାଇଁ ୨୨କୋଟି ୩୯ଲକ୍ଷ, ବେଦପୁର-ଜନକ ରାସ୍ତା ପାଇଁ ୨୨କୋଟି ୨୦ଲକ୍ଷ, ଧର୍ମଶାଳା-କାଏମା ରାସ୍ତା ପାଇଁ୧୮କୋଟି ୪୨ଲକ୍ଷ, କୁଆଖୁଆ-ଜେନାପୁର ରାସ୍ତା ପାଇଁ ୧୮କୋଟି ୨୯ଲକ୍ଷ, ଧର୍ମଶାଳା-କବାଟବନ୍ଧ ରାସ୍ତା ପାଇଁ ୧୭କୋଟି ୪୦ଲକ୍ଷ, ବଡ଼ କାଏମା ନରସିଂହପୁର ରାସ୍ତା ପାଇଁ ୧୫କୋଟି ୧୭ଲକ୍ଷ, ଧର୍ମଶାଳା ବାଇପାସ ରାସ୍ତା ପାଇଁ ୧୪କୋଟି ୬୪ଲକ୍ଷ, କେ.ଜି.ବିଡିବି ରାସ୍ତା ୯କୋଟି ୯୫ଲକ୍ଷ, କବାଟବନ୍ଧ ମଞ୍ଜୁରୀପଡା ରାସ୍ତା ପାଇଁ ୮କୋଟି ୭୬ଲକ୍ଷ, ବାରବାଟୀ-ସିଂହାପୁର ରାସ୍ତା ପାଇଁ ୭କୋଟି ୬୬ଲକ୍ଷ, ନାକପୋଲ ମାଣିଆ ରାସ୍ତା ପାଇଁ ୩କୋଟି ୯୮ଲକ୍ଷ ଏବଂ ନେଉଳପୁର-ହରିଦାସପୁର ରାସ୍ତା ପାଇଁ ୨କୋଟି ୯୧ଲକ୍ଷ ଟଙ୍କା ମୋଟ ୧୨ଟି ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଥିଲା । ହେଲେ ଏହି ସବୁ କାର୍ଯ୍ୟରେ ଅନେକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସେଥିମଧ୍ୟରୁ ଧର୍ମଶାଳା-କାଏମା ରାସ୍ତା କାର୍ଯ୍ୟ ଆରମ୍ଭ ହୋଇନାହିଁ । ଯାହାଫଳରେ ଏହି ରାସ୍ତାରେ ଖାଲ ସୃଷ୍ଟି ହୋଇଛି ନାନା ପ୍ରକାର ସମସ୍ୟା ଦେଖାଦେଉଛି । ପୂର୍ତ୍ତ ବିଭାଗର ଉପରିସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଟେଣ୍ଡର ହୋଇଥିବା କାର୍ଯ୍ୟକୁ ତୁରନ୍ତ ସମାପ୍ତ କରିବାକୁ ଦାବି ହୋଇଛି ।