ଅବିନାଶକୁ  ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ 

 ସୁକିନ୍ଦା : +୨ ବିଜ୍ଞାନ ପରୀକ୍ଷାରେ ୫୮୧ ନମ୍ବର ରଖି ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ସୁକିନ୍ଦାର ଅବିନାଶ ପଣ୍ଡାଙ୍କୁ ସମବାୟ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ସମ୍ବର୍ଦ୍ଧିତ କରିଛନ୍ତି । ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । କେନ୍ଦୁଢିପ ଗାଁର ଅଙ୍ଗନବାଡ଼ି କର୍ମୀ ଅନୁପମା ପଣ୍ଡା ଓ ସୁକିନ୍ଦା କଜଳେଇ ଶିବ ମନ୍ଦିର ପରିସରସ୍ଥ ହନୁମାନ ମନ୍ଦିର ପୂଜକ ଅମ୍ବୁଜ ପଣ୍ଡାଙ୍କ ପୁଅ ଅବିନାଶ ପାରିବାରିକ ଅର୍ଥାଭାବକୁ ଏଡ଼ାଇ ଟାଙ୍ଗୀ ଟେଟ୍ରାହେଡେନ ଗ୍ରୁପ ଅଫ୍ ଇନଷ୍ଟିଚୁ୍ୟସନ୍ସରେ ପଢୁଥିଲେ ।  ସୁକିନ୍ଦା ଜଗନ୍ନାଥ ହାଇସ୍କୁଲରୁ ୮୫.୩୩ ପ୍ରତିଶତ ନମ୍ବର ରଖି ମାଟ୍ରିକ ପାସ୍ କରିଥିଲେ । ଯୁକ୍ତ ବିଜ୍ଞାନରେ ଅବିନାଶ ହାସଲ କରିଥିବା ୯୬.୮୩ ପ୍ରତିଶତ ନମ୍ବର ସଫଳତା ଏଯାବତ୍ ସୁକିନ୍ଦା ବ୍ଲକରେ ସର୍ବାଧିକ ନମ୍ବର ରେକର୍ଡ ବୋଲି ସୁକିନ୍ଦା କଲେଜର ପୂର୍ବତନ ଅଧ୍ୟକ୍ଷ କୃଷ୍ଣବଲ୍ଲଭ ଶତପଥୀ କହିଛନ୍ତି ।