ଆମେରିକା ଓ ବୁଲଗେରିଆ ବିଶ୍ୱବିଦ୍ୟାଳୟ ସହ କିଟର ବୁଝାମଣା

ଭୁବନେଶ୍ୱର: ଶୈକ୍ଷିକ ସହଯୋଗ ନେଇ ବିଶ୍ୱର ଦୁଇ ପ୍ରମୁଖ ବିଶ୍ୱବିଦ୍ୟାଳୟ ସହ କିଟ ବିଶ୍ୱବିଦ୍ୟାଳୟ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି । ସୋମବାର ଅଭାଷୀ ମାଧ୍ୟମରେ ଆମେରିକାର ଆମେରିକାନ ୟୁନିଭର୍ସିଟି ଅଫ ମାଲ୍ଟା ଓ ବୁଲଗେରିଆର ବର୍ଗାସ ମୁକ୍ତ ବିଶ୍ୱବିଦ୍ୟାଳୟ ସହ କିଟ ବୁଝାମଣାପତ୍ର ସ୍ୱାକ୍ଷର କରିଛି  । ଶୈକ୍ଷିକ ସହଯୋଗକୁ ସୁଦୃଢ କରିବା ଏବଂ ପାରସ୍ପରିକ ବୁଝାମଣା ଏବଂ ସଦ୍ଭାବନାକୁ ପ୍ରୋସôାହିତ କରିବା ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଏହି ବୁଝାମଣା ଉଭୟ କିଟ୍ ଓ ଆମେରିକାନ ଇଉନିଭର୍ସିଟି ଅଫ୍ ମାଲ୍ଟା ମଧ୍ୟରେ ଛାତ୍ର, ଅଧ୍ୟାପକ, କର୍ମଚାରୀ ଏବଂ ମିଳିତ ଗବେଷକ ବିନିମୟ ସହ ଅନେକ ପଦକ୍ଷେପକୁ ପ୍ରୋସôାହିତ ଏବଂ ସହଜ କରିବ । ଉଭୟ ବିଶ୍ୱବିଦ୍ୟାଳୟ ମିଳିତ ଗବେଷଣା, ଶିକ୍ଷାଗତ ପ୍ରକାଶନ ବିନିମୟ, ଗ୍ରୀଷ୍ମ ଏବଂ ଶୀତକାଳୀନ ଶିକ୍ଷା କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରାଇବା ସହ ଅନ୍ୟାନ୍ୟ ପାରସ୍ପରିକ ସମ୍ମତିଭିତ୍ତିକ ଶିକ୍ଷାଗତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ବିନିମୟରେ ମଧ୍ୟ ସହଯୋଗ କରିବେ । ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଯୋଗଦେଇ ସନ୍ତୋଷ ବ୍ୟକ୍ତ କରିବା ସହ ଏହି ବୁଝାମଣା ନିଶ୍ଚିତ ଭାବେ ଫଳପ୍ରଦ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ଆମେରିକାନ ୟୁନିଭର୍ସିଟି ଅଫ ମାଲଟା ସହ ବୁଝାମଣା କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ଇଆନ୍ ରୋବସନ୍, ମାଲଟାସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଗ୍ଲୋରିଆ ଗାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବୁଲଗେରିଆର ବର୍ଗାସ ମୁକ୍ତ ବିଶ୍ୱବିଦ୍ୟାଳୟ ସହ ବୁଝାମଣା କାର୍ଯ୍ୟକ୍ରମରେ ବୁଲଗେରିଆସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଅରୁଣ କୁମାର ସାହୁ, ବିଶ୍ୱବିଦ୍ୟାଳୟର ରେକ୍ଟର ପ୍ରଫେସର ମିଲେନ ବାଲଟୋଭ ପ୍ରମୁଖ ଉପସ୍ଥିତ ଥିବା ବେଳେ କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ ସିଂହ, କିଟ୍ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତୀୟ ବ୍ୟାପାର ବିଭାଗ ମହାନିଦେ୍ର୍ଦଶକ ଦେବରାଜ ପ୍ରଧାନ, କିଟ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।