ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ
ନବରଙ୍ଗପୁର : ନବରଙ୍ଗପୁର ପୌରପାଳିକା ସମ୍ମିଳନୀ ଗୃହରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ା ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସଦାଶିବ ପାର୍କ ଠାରେ ସ୍ଥାପିତ ଡ ସଦାଶିବ ତ୍ରୀପାଠୀଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ରାଜ୍ୟସଭା ସାଂସଦ ମୁଜ୍ଜିବୁଲା ଖାଁ ଏବଂ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଡ ସଦାଶିବ ତ୍ରୀପାଠୀଙ୍କ ଦାୟାଦ କେଦାରନାଥ ତ୍ରିପାଠୀ , ମୁନା ତ୍ରିପାଠୀ, ଜଗନ୍ନାଥ ମହାପାତ୍ରଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପୌର ପାଲିକା ସମ୍ମିଳନୀ ଗୃହରେ ଅନୁଷ୍ଠିତ ସ୍ମୃତି ଚାରଣସଭାରେ ମଞ୍ଚାସିନ ଅତିଥି ରାଜ୍ୟସଭା ସାଂସଦ ମୂଜ୍ଜିବୁଲା ଖାଁ ଏବଂ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ଡ ସଦାଶିବ ତ୍ରୀପାଠୀଙ୍କୁ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଲୋକପ୍ରିୟ ନେତା, ଆଦର୍ଶବାଦୀ, ସାଧୁତା ଓ ସଚ୍ଚୋଟତ୍ତାର ମୂର୍ତ୍ତିମନ୍ତ ପ୍ରତୀକ, ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ସ୍ତର ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥିଗଣ ସାର୍ଟିଫିକେଟ୍ ଓ ପୁରସ୍କାର ପ୍ରଦାନ କରିଥିଲେ । ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସଭାର ଆୟୋଜନ, ସଞ୍ଚାଳନ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।