ଜିଲ୍ଲାସ୍ତରୀୟ ପୋଷଣ ପଖୱାଡ଼ା 

 ଜଗତସିଂହପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ପୋଷଣ ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲାପାଳ ଜେ.ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଅର୍ଚ୍ଚନା ସିଂ, ଡ. ପ୍ରମୋଦ ବାରିକ, ପ୍ରତିଚୀ ତନୟା ମହାନ୍ତି, ସସ୍ମିତା ରାଉତ, ଆରତୀ ଆଚାର୍ଯ୍ୟ, ବିଜୟଲକ୍ଷ୍ମୀ ରାଉତ ପ୍ରମୁଖ ମଞ୍ଚସୀନ ହୋଇଥିଲେ  । ଏହି ଅବସରରେ ଜିଲ୍ଲାପାଳ ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ ହୋଇ ୨ବର୍ଷ ପର୍ଯ୍ୟନ୍ତ ପ୍ରଥମ ୧୦୦୦ ଦିନର କିଭଳି ଗୁରୁତ୍ତ୍ୱପୂର୍ଣ୍ଣ ଓ ପୃଷ୍ଟିସାର ଖାଦ୍ୟ ଖାଇବା ସହିତ ଏକ ଗର୍ଭବତୀ ମହିଳା କିଭଳି ପରିଷ୍କାର ରହିବା ଉଚିତ୍ ସେ ବିଷୟରେ ସରଳ ଭାବରେ ବୁଝେଇଥିଲେ । ଏହି ସଭାରେ ଗର୍ଭବତୀ ମହିଳାଙ୍କ  ଓଜନ, ଉଚ୍ଚତାର ମାପ ପାଖୱାଡା ସମୟରେ ପିଲାମାନଙ୍କ ପାଇଁ ୦-୨ ବର୍ଷ ପର୍ଯ୍ୟନ୍ତ ଏକ ମା ଓ ଶିଶୁ ପାଇଁ କେତେ ଗୁରୁତ୍ତ୍ୱପୂର୍ଣ୍ଣ, ମା ଓ ଶିଶୁ ପାଇଁ ପୁଷ୍ଟିସାର ଖାଦ୍ୟ ଓ ପାନୀୟ ଜଳ କେତେ ଗୁରୁତ୍ତ୍ୱପୂଣ୍ଣ, ଗର୍ଭବତୀ ମହିଳାଙ୍କ ପାଇଁ ଉତ୍ତମ ପରିବେଶ ଓ ପୁରୁଷର ଭୂମିକା ଆଦି ବିଷୟରେ ଆଲୋଚନା କରାଯାଇଥିଲା ।  ଏହି ଅବସରରେ ଆରତୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଜୟଲକ୍ଷ୍ମୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶେଷରେ ଜନ ଆନେ୍ଦାଳନ ଡାସ ବୋର୍ଡରେ ପ୍ରତିଦିନ ହିସାବରେ ଶତ ପ୍ରତିଶତ କାର୍ଯ୍ୟକଳାପ ଅପଲୋଡ୍ ହୋଇଥିବାରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ରଘୁନାଥପୁର ବେଷ୍ଟ ସିଡିପିଓ ଓ ସମସ୍ତ ବ୍ଲକ୍ କୋଡ଼ିନେଟର ପୋଷଣମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।