ପୃଷ୍ଠ ପୋଷକତା ଲାଭାର୍ଥୀଙ୍କ ପରାମର୍ଶ ଶିବିର

କେନ୍ଦ୍ରାପଡ଼ା:  ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ‘ମିଶନ ବାସôଲ୍ୟ ଯୋଜନା’ ଅଧୀନରେ ପୃଷ୍ଠପୋଷକତା ଲାଭାର୍ଥୀଙ୍କ ପରାମର୍ଶ ଶିବିର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । 
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ୍ ଅଞ୍ଚଳରୁ ନୂତନ ଭାବେ ପୃଷ୍ଠ ପୋଷକତାର ଲାଭାର୍ଥୀ ୪୧ ଜଣ ଓ ସେମାନଙ୍କ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଭାଗ ନେବା ସହିତ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଅର୍ଥରାଶିର ସୁବିନିଯୋଗ ନିମନ୍ତେ ପରାମର୍ଶ ଦିଆ ଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏଥି ସହିତ ଜିଲ୍ଲା ମଙ୍ଗଳ ଅଧିକାରୀ, ଅଧ୍ୟକ୍ଷା, ଶିଶୁ ମଙ୍ଗଳ କମିଟି ଏବଂ ଅଣ ଆନୁଷ୍ଠାନିକ ଅଧିକାରୀ ଯୋଜନା ସମ୍ପର୍କିତ ସମସ୍ତ ନିଦେ୍ର୍ଦଶାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ପ୍ରୋବେଶନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ବିଭାଗୀୟ କର୍ମଚାରୀ ଓ ଚାଇଲ୍ଡ ହେଲ୍ପଲାଇନର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।