‘ଆମ ଗାଁ ସାହିତ୍ୟ’ ପରିଷଦର ସ୍ୱନକ୍ଷତ୍ର

 କେନ୍ଦ୍ରାପଡା : କେନ୍ଦ୍ରାପଡ଼ାର ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦର ସ୍ୱନକ୍ଷତ୍ର ଦିବସ ନିଡାମ୍ବରରେ ପାଳନ କରଯାଇଛି । ପରିଷଦର ସଭାପତି ନାଟ୍ୟକାର ସଂଜୟ କୁମାର୍ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସ୍ତମ୍ବକାର ଡ. ସର୍ବେଶ୍ୱର ସେଣ ମୁଖ୍ୟବକ୍ତା ଭାବେ ଗବେଷକ ନିରଞ୍ଜନ ମେକାପ, ସମ୍ମାନୀତଅତିଥି ସମାଜସେବୀ ଡ. ନାରାୟଣ ପତି, କବି ପ୍ରେମାନନ୍ଦ ଖଣ୍ଡୁଆଳ ଯୋଗ ଦେଇ ଆମ ଗାଁ ସାହିତ୍ୟ ପରିଷଦର ବହୁମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଖୁବ୍ କମ୍ ଦିନ ଭିତରେ ପୁରୁଖା ଅନୁଷ୍ଠାନକୁ ପଛରେ ପକାଇ ଆମ ଗାଁ ସାହିତ୍ୟ ପରିଷଦ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସମ୍ପାଦକ ସ୍ୱପ୍ନାଶୁ ଦାସ ଅନୁଷ୍ଠାନର ଅତୀତ ବର୍ତ୍ତମାନ, ଭବିଷ୍ୟତ ସମ୍ପର୍କରେ ସୂଚନା ରଖିଥିଲେ । ଉପଦେଷ୍ଟା ଈଶ୍ୱର ଚନ୍ଦ୍ର ପୃଷ୍ଟି, ଶୈଳଜା ଶଙ୍କର ସାମଲ, ଶରତ ରାଉତ, କାର୍ଯ୍ୟକାରୀ ସଭାପତି ଟିଟିକାନ୍ତ ନାୟକ, ଉପସଭାପତି ସନ୍ତୋଷ ପୋଥାଳ ପ୍ରମୁଖ ଅନୁଷ୍ଠାନର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଆନୁଷ୍ଠାନିକ ଭାବେ ନଭେମ୍ବର ମାସ ପ୍ରଥମ ସପ୍ତାହରେ ବାର୍ଷିକୋତ୍ସବ କରାଯିବା ପାଇଁ ସ୍ଥିର କରାଯାଇଥିଲା । ମୁଖପତ୍ର "ଆମ ଗାଁ ଆମ ସ୍ୱର’ ପାଇଁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ସଭାପତିଙ୍କ ନିକଟରେ ଲେଖା ଦେବା ଦେବା ପାଇଁ ସ୍ଥିର ହୋଇଥିଲା । ଆୟୋଜକ ସଭ୍ୟ ରାଜ କିଶୋର ଜେନା ଧନ୍ୟବାଦ୍ ଅପର୍ଣ କରିଥିଲେ ।