ଆଳି-କନିକା ଉନ୍ନୟନ : ପରିଷଦର ସଭ୍ୟ ସଂଗ୍ରହ ଅଭିଯାନ
କେନ୍ଦ୍ରାପଡ଼ା: ଆଳି କନିକା ଉନ୍ନୟନ ପରିଷଦର ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କଟକ ଭୁବନେଶ୍ୱରରେ ଥିବା ଆଳି ଓ ରାଜକନିକା ବ୍ଲକର ଜନଗଣଙ୍କୁ ନେଇ ଗଠିତ ହୋଇଥିବା ଏହି ପରିଷଦର ଚଳିତ ବର୍ଷର ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବାକୁ ଛୁଟି ଦିନରେ ପ୍ରୟାସ ରଖାଯାଇଛି । ଉଭୟ ସହରରେ ବିଭନ୍ନ ସ୍ଥାନରେ କର୍ମକ୍ଷେତ୍ରରେ ନିଯୁକ୍ତ ରହିଥିବା ଉଭୟ ବ୍ଲକର ଜନଗଣଙ୍କୁ ଏକ ଅନୁଷ୍ଠାନ ସହ ଯୋଡି ରଖି ଆଞ୍ଚଳିକ ବିକାଶରେ ନିଜର ସହାଭାଗିତା ରଖିବାକୁ ଚେଷ୍ଟା ରଖୁଥିବା ପରିଷଦର ଏହି ଉଦ୍ୟମରେ ଗତକାଲି ୨୦ ରୁ ଉର୍ଦ୍ଧ ନୂତନ ସଭ୍ୟ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଏହି ଅନୁଷ୍ଠାନ କିପରି ଆହୁରି ଗତିଶୀଳ, ବ୍ୟାପକ ଓ ଜନଜାଗରଣ ସୃଷ୍ଟି କରିବାରେ ସକ୍ଷମ ହେବ ସେଥିପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇଛନ୍ତି । ଏହି ବୈଠକରେ ଉପସଭାପତି ନନ୍ଦ କିଶୋର ଦାସ ପରିଷଦର ପୃଷ୍ଠଭୂମି, କାର୍ଯ୍ୟ କାରିତା ଓ ସାମାଜିକ ଗୁରୁ ଦାୟିତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ପରିଷଦର ଅନ୍ୟତମ ମାର୍ଗଦର୍ଶକ ପ୍ରଦୀପ କୁମାର ରାଉତ ପରିଷଦର ବିଗତ ଦିନର ଜନମଙ୍ଗଳ କାର୍ଯ୍ୟ ଓ ଆଗାମୀ ଦିନର ଯୋଜନା ନେଇ ଆଲୋଚନା ରଖିଥିଲେ ।