ଆଜିଠୁ ବିପ୍ଲବୀ ଆନନ୍ଦଚନ୍ଦ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ
ରାଜକନିକା : ରାଜକନିକା ବ୍ଲକ୍ ଡାଳିକାଏନ୍ଦା ଗ୍ରାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିପ୍ଲବୀ ଆନନ୍ଦଚନ୍ଦ୍ର ଯୁବକ ସଂଘ ଆନୁକୂଲ୍ୟରେ ଗୁରୁବ୍ରଦର୍ସ ପ୍ରଯୋଜନାରେ ୨୬ତାରିଖରୁ ପିପ୍ଲବୀ ଆନନ୍ଦ ଚନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ଗୁରୁ ବ୍ରଦର୍ସ ପ୍ରାୟୋଜିତରେ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ରାଜକନିକା, ଆଳି, ଚାନ୍ଦବାଲି ଓ କେନ୍ଦ୍ରାପଡ଼ା ଅଞ୍ଚଳର ୮ଟି ପ୍ରତିଷ୍ଠିତ ଦଳ ଭଗ ନେଉଛନ୍ତି । ଡିସେମ୍ବର ୨୬ ତାରିଖରୁ ଜାନୁୟାରୀ ୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୧ ତାରିଖ ଦିନଟି ବିଶ୍ରାମ ଦିବସ ରୂପେ ରଖାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବହୁରୂପା କ୍ରିକେଟ କ୍ଲବ୍, ପାରିନୁଆପଡା, ନୃସିଂହ ନାଥ କ୍ରିକେଟ କ୍ଲବ୍ ଭାମଣ୍ଡା, ଇନ୍ଦୁପୁର କ୍ରିକେଟ କ୍ଲବ୍ କେନ୍ଦ୍ରାପଡ଼ା ଆଳି ଟାଉନ କ୍ରିକେଟ କ୍ଲବ ଆଳି, ମା ' ଖରାଖାଇ କ୍ରିକେଟ କ୍ଲବ ଆଳି, କନିକା କ୍ରିକେଟ କ୍ଲବ ରାଜକନିକା, ବିଏସିସି କ୍ରିକେଟ କ୍ଲବ ଡାଳିକାଏନ୍ଦା ଓ ସିଟି ସ୍ପୋଟିଙ୍ଗ କ୍ରିକେଟ କ୍ଲବ୍ ଚାନ୍ଦବାଲି ଆଦି ଦଳ ଅଂଶଗ୍ରହଣ କରିଥିବା ଜଣାଯାଇଛି । ଉଦ୍ଘାଟନୀ ଖେଳଟି ବହୁରୂପା କ୍ରିକେଟ କ୍ଲବ୍ ପାରିନୁଆପଡା ଓ ନୃସିଂହ ନାଥ କ୍ରିକେଟ କ୍ଲବ୍ ଭାମଣ୍ଡା ମଧ୍ୟରେ ହେବାକୁ ଯାଉଛି । ଏହି ଖେଳକୁ ବହୁ ସଂଖ୍ୟାରେ କ୍ରୀଡା ପ୍ରେମୀ ଉପସ୍ଥିତ ରହି ଖେଳକୁ ଉପଭୋଗ କରିବା ସହିତ ଖେଳାଳିଙ୍କୁ ଉସôାହିତ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି ।