ଜେଲରୁ ବାହାରିଲେ ଜଗା

ଜେଲରୁ  ବାହାରିଲେ ଜଗା

ଭୁବନେଶ୍ୱର: ବିଏମସି ଗୁଣ୍ଡାଗିରି ଘଟଣାରେ ଗିରଫ ହୋଇଥିବା ଜଗନ୍ନାଥ ପ୍ରଧାନଙ୍କୁ ଆଜି ଜାମିନ୍ ମିଳିଛି  । ଜଗାଙ୍କୁ ଜାମିନ୍ ମିଳିଥିବା ଖବର ପ୍ରସାରିତ ହେବା ମାତ୍ରେ ଝାରପଡ଼ା ଜେଲ୍ ଆଗରେ ହଜାର ହଜାର ସମର୍ଥକଙ୍କ ଭିଡ଼ ଜମିଥିଲା  । ବିଶାଳ ଶୋଭାଯାତ୍ରାରେ ଜଗା ଜେଲ୍ରୁ ସିଧା ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ  । ନବନିର୍ବାଚିତ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ  ।
ସେ କହିଥିଲେଯେ, ମୁଁ ଆଇନ୍କୁ ସହଯୋଗ କରୁଛି ଓ କରିବି  । ସେହି ଅଘଟଣର ପୁନରାବୃତ୍ତି ନହେଉ  । ତାହାର ବି ଦୃଢ଼ ନିନ୍ଦା କରୁଛି  । ଦଳର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ମୁଁ କାର୍ଯ୍ୟ କରୁଛି  । ଓଏଏସ ସଂଘ ବିରୋଧୀଙ୍କ ଚକ୍ରାନ୍ତରେ ଫସିଯାଇଥିଲେ  । ସରକାରଙ୍କୁ ବଦନାମ କରିବା ପାଇଁ ବିରୋଧୀ ଷଡ଼ଯନ୍ତ୍ର କରିଥିଲେ  । ଏହି ଅନ୍ୟାୟର ଜବାବ ମହାପ୍ରଭୁ ବିରୋଧୀଙ୍କୁ ଦେଇଛନ୍ତି  । ଓଡ଼ିଶାରେ ଲୋକଙ୍କ ସରକାର ଚାଲିଛି  । ଆଗାମୀ ଦିନରେ ଦଳକୁ ମଜବୁତ କରିବା ପାଇଁ ମୁଁ କାର୍ଯ୍ୟକରିବି ବୋଲି ଜଗନ୍ନାଥ କହିଥିଲେ  ।
ସୂଚନାଯୋଗ୍ୟଯେ, ଜୁଲାଇ ୩ରେ ଜଗନ୍ନାଥ ପ୍ରଧାନ ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ  । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା  । ସହ ଅଭିଯୁକ୍ତ ଓ ପୀଡ଼ିତଙ୍କ ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ନେଇ ଡିସିପି ସୂଚନା ଦେଇଥିଲେ  । ଗିରଫ ପରେ ଜଗନ୍ନାଥଙ୍କୁ ଏସଡ଼ିଜେଏମ କୋର୍ଟରେ ହାଜର କରାଯାଇଥିଲା  । ଏହି ମାମଲାର ଷଷ୍ଠ ଅଭିଯୁକ୍ତ ଭାବେ ଜଗା ଗିରଫ ହୋଇଥିଲେ  । ତାଙ୍କ ବିରୋଧରେ ୧୪ଟି ଦଫା ଲଗାଇଥିଲା  । ଜଗନ୍ନାଥଙ୍କ ଜାମିନ୍ ଆବେଦନ ଖାରଜ କରିବା ସହ ତାଙ୍କୁ ୧୪ ଦିନ ପାଇଁ ଏସଡ଼ିଜେଏମ କୋର୍ଟ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ  । ସେହଦିନ ଜଗାଙ୍କ ସମର୍ଥକମାନେ ଗିରଫ ପ୍ରତିବାଦରେ ରାସ୍ତାରୋକ କରିଥିଲେ  ।