ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ବେହାଲ୍
ାା ପ୍ରଭାନୁ୍ୟଜ୍ ।ା ମାଲକାନଗିରି : ଗତ ଦୁଇଦିନ ହେଲା ମାଲକାନଗିରି ଜିଲ୍ଲାରେ ପ୍ରବଳ ବେଗରେ ବର୍ଷା ହେବା ଦ୍ୱାରା ପୁଣି ବୁଡ଼ିଛି କାଙ୍ଗୁରକୋଣ୍ଡା, ପୋଟେରୁ, କନ୍ୟାଶ୍ରମ ପୋଲ । ଏହି ସବୁ ପୋଲ ଉପରେ ୩ରୁ ୪ଫୁଟ ଉଚ୍ଚରେ ପାଣି ଯାଉଛି । ଫଳରେ ମାଲକାନଗିରି ମୋଟୁ ୩୨୬ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସହ ଯାତାୟତ ଠପ ହୋଇଛି । ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ବେହାଲ ହୋଇ ପଡିଛି । ୩୨୬ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି । ପୋଲର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି । ଯାହା ଫଳରେ କାଲିମେଳା, ମୋଟୁ ବାହ୍ୟଜଗତରୁ ବିଛିନ୍ନ ସହ ମାଲକାନଗିରି ଜିଲ୍ଲା ହେର୍ଡ କ୍ୱାଟର ଠାରୁ ବିଛିନ୍ନ ହୋଇଯାଇଛି । କାଲିମେଳା କନ୍ୟା ଆଶ୍ରମ ପୋଲ ଉପରେ ପାଣି ଚାଲୁଥିବାରୁ କାଲିମେଳା ଠାରୁ ପଡିଆକୁ ମଧ୍ୟ ଯାନବାହନ ବନ୍ଦ ରହିଛି । ବର୍ଷା ଫଳରେ ମାଲକାନଗିରି, ଆନ୍ଦ୍ରପ୍ରଦେଶ ଓ ତେଲଙ୍ଗନା ଦୁଇ ରାଜ୍ୟକୁ ଯାନ ବାହନ ଚଳାଚଳ ବନ୍ଦ ରହିଛି । ଏଠାରେ ସର୍ବାଧିକ ୬୬. ୬୨ ପ୍ରତିଶତ ମିଲିମିଟର ବର୍ଷା ହୋଇଛି । ନଦୀକୂଳ ତଳିଆ ଅଞ୍ଚଳ ଗ୍ରାମଗୁଡିକରେ ବନ୍ୟା ଜଳ ପ୍ରଭାବିତ ହୋଇ ଯୋଗାଯୋଗ ବିଛିନ୍ନ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୋଲ ନିକଟରେ ପୁଲିସ ମୁତୟନ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ନଦୀକୂଳବର୍ତ୍ତି ଅଂଚଳକୁ ଗସ୍ତ କରି ପରିସ୍ଥିତି ଉପରେ ନଜର ରଖିବା ସହିତ ତଳିଆ ଗ୍ରାମଗୁଡିକରେ ଯଦି ବନ୍ୟା ପାଣି ପ୍ରବେଶ କରିଥାଏ ତାହେଲେ ଉକ୍ତ ଗ୍ରାମବାସୀଙ୍କ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳି ଓ ବିଭିନ୍ନ ଉଚ୍ଚÿ ସ୍ଥାନରେ ରଖିବା ସହିତ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି ।ଏହି ପରି ବର୍ଷା ଲାଗି ରହିଲେ ସମଗ୍ର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ଏଥିପାଇଁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି ।