ଆସିକା ମେଡିକାଲ, ଯୋଗଦେଲେ ୨ ବିଶେଷଜ୍ଞ

 ଆସିକା : ଆସିକା ଉପଖଣ୍ଡ ଚିକିସôାଳୟରେ ଦୀର୍ଘ ବର୍ଷ ପରେ ଯୋଗ ଦେଲେ ଦୁଇ ଜଣ ସେପାଶ୍ଳିଷ୍ଟ ଡାକ୍ତର । ଆସିକା ବିଧାୟକଙ୍କ ଉଦ୍ୟମ ଏବଂ ମେଡିକାଲ ଅଧିକ୍ଷକଙ୍କ ପ୍ରଚେଷ୍ଟା ଫଳରେ ଜଣେ ସର୍ଜରୀ ଏବଂ ଜଣେ ଅସ୍ଥି ସଲ୍ୟ ଚିକିସôକ । ଏହି ଦୁଇ ବିଶେଷଜ୍ଞ ଡାକ୍ତର ଯୋଗ ଦେବା ଫଳରେ ମୋଟ ଡାକ୍ତର ସଂଖ୍ୟା ୧୩ରେ ପହଂଚିଛି । ଦୁଇ ଜଣ ଡାକ୍ତର ହେଲେ ସର୍ଜରୀ ବିଭାଗ ର ଡାକ୍ତର ସତୀଶ ପାତ୍ର,ଏବଂ ଅସ୍ଥି ସଲ୍ୟ ବିଭାଗ ର ଡାକ୍ତର ଗୋପାଳ ପାତ୍ର । ଆସିକା ଉପଖଣ୍ଡ ଚିକିସôାଳୟ ବହୁ ଦିନ ହେଲା ବିଶେଷଜ୍ଞ ନଥିବା ହେତୁ ଅନେକ ରୋଗୀ ବାହାରକୁ ଯାଉଥିଲେ । ଆସିକା ଭଳି ଏକ କେନ୍ଦ୍ର ସ୍ଥଳିରେ ଡାକ୍ତର ମରୁଡି ଦେଖିବାକୁ ମିଳିଥିଲା ଯାହାଫଳରେ ରୋଗୀ ସେବା ଏକ ପ୍ରକାର ଠପ ହେବାକୁ ବସିଥିଲା । ଆସିକା ମେଡିକାଲ ରେ ଅଧିକ୍ଷକ ଭାବେ ଡାକ୍ତର ବାଲ ଗୋପାଲ ବେହେରା ଯୋଗ ଦେବା ଦିନ ଠାରୁ ମେଡିକାଲ ପ୍ରତି ତାଙ୍କର ବହୁତ ଆନ୍ତରିକତା ଭାବେ ଏକ୍ସରେ, ଡାଏଲୋସିସ, ମେଡିକାଲ ସଫା ସୁତରା, ସିକୁରିଟି, ୟୁହେଚଏନଡି କାର୍ଯ୍ୟକ୍ରମ, ଟିବି ମୁକ୍ତ ତିନୋଟି ପଂଚାୟତ ଏବଂ ରୋଗୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା, ମେଡିକାଲ ପରିଷ୍କାର ରଖିବା, ମେଡିକାଲ ରେ ଦଲାଲ ମୁକ୍ତ ହେବା ଦିଗରେ ଅହରହ ଚେଷ୍ଟା କରୁଛନ୍ତି । ଏଥି ସହିତ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ।