କାନ୍ଥ ତଳେ ଚାପି ହୋଇ ଶିଶୁ ମୃତ


ାା ପ୍ରଭାନୁ୍ୟଜ୍ ।ା ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ସଇତପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ବଣୁଆ ହାତୀପଲ ଗାଁକୁ ପଶି ଉପଦ୍ରବ କରୁଥିବା ବେଳେ କାନ୍ଥତଳେ ଚାପିହୋଇ ଦୁଇବର୍ଷର ଶିଶୁପୁତ୍ରର ଶୋଚନୀୟ ମୃତୁ୍ୟ ଘଟିଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ୭ଟିକିଆ ହାତୀପଲ ଖାଦ୍ୟ ଅନ୍ୱ୍ୱେଷଣରେ ବୈଶିଙ୍ଗା ଥାନା ଅଧୀନ ସଇତପୁର ଗ୍ରାମକୁ ପଶି ଆସିଥିଲେ । ସେଥିମଧ୍ୟରୁ ଦୁଇଟି ହାତୀ ସେହି ଗ୍ରାମର ଯୁଧିଷ୍ଠିର କିସ୍କୁଙ୍କ ଘର ଉପରେ ଘନଘନ ଆକ୍ରମଣ କରି ଖାଦ୍ୟ ଖୋଜି ଚାଲିଥିଲେ । ଫଳରେ ଚଟାଣରେ ଶୋଇଥିବା ଦୁଇ ବର୍ଷିର ଶିଶୁ ଦିବ୍ୟପ୍ରକାଶ କିସ୍କୁଙ୍କ ଉପରେ କାନ୍ଥ ପଡ଼ି ଯାଇଥିଲା । ଶିଶୁ ଦିବ୍ୟପ୍ରକାଶ କାନ୍ଥତଳେ ଚାପିହୋଇ ରହିଯାଇଥିଲା । ଦୀର୍ଘ ସମୟ ପରେ ହାତୀଗୁଡିକ ଗ୍ରାମଠୁ ଟିକେ ଦୂରକୁ ଯିବା ପରେ  କାନ୍ଥ ତଳୁ ଦିବ୍ୟପ୍ରକାଶଙ୍କୁ ଉଦ୍ଧାରକରି ବନବିଭାଗ ସହାୟତାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଶିଶୁପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ । ବୈଶିଙ୍ଗା ପୁଲିସ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରିବା ସହ  ବ୍ୟବଚ୍ଛେଦ ପାଇଁ ବାରିପଦା ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲା ।