ଭଗବତୀ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ : ଫ୍ରେଣ୍ଡ୍ସ ପାରାଡାଇଜ ବିଜୟୀ
ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଛଣଗିରି ମା ଭଗବତୀ ଫୁଟ୍ବଲ୍ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ୧୨ତମ ଭଗବତୀ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସର ପ୍ରଥମ ଲିଗ ମ୍ୟାଚ୍ରେ ବିଶ୍ୱନାଥ ପଣ୍ଡିତ ସ୍ପୋର୍ଟସ କ୍ଲବ, କଟକ ଓ ଫ୍ରେଣ୍ଡସ ପାରାଡାଇଜ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚ୍ର ପ୍ରଥମାର୍ଦ୍ଧ ଓ ଦ୍ୱିତୀୟାଦ୍ଧରେ ଫ୍ରେଣ୍ଡସ ପାରାଡାଇଜ କ୍ଲବ, ଜଟଣୀ ଗୋଟିଏ ଗୋଟିଏ ଗୋଲ ଦେଇ ୧-୦ ଗୋଲ ସ୍କୋରରେ ବିଶ୍ୱନାଥ ପଣ୍ଡିତ ସ୍ପୋର୍ଟସ କ୍ଲବ କଟକକୁ ହରାଇ ବିଜୟ ଲାଭ କରିଛି । ଆଜିର ଖେଳକୁ ଶରତ ଛୋଟରାୟ, ସୁକାନ୍ତ ପ୍ରଧାନ ଓ ଚିତ୍ତରଞ୍ଜନ ପରିଡ଼ା, ଶରତ ଛୋଟରାୟ, ଫକୀର ଚରଣ ନିସଙ୍କ ପରିଚାଳନା କରିଥିଲେ । ଅତିଥିଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁକାନ୍ତ ମଙ୍ଗରାଜ, ଖୋର୍ଦ୍ଧା ପ୍ରେସ୍କ୍ଲବ୍ ସମ୍ପାଦକ ଦିଲ୍ଲୀପ ପଟ୍ଟନାୟକ, ସାମ୍ବାଦିକ ହିମାଂଶୁ ଭୁଷଣ ଚମ୍ପତିରାୟ, ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆଇନ ପରାମର୍ଶଦାତା ଶ୍ୟାମ ସୁନ୍ଦର ପଟ୍ଟନାୟକ, ଜିଲ୍ଲା ଓୟୁଜି ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର, ସାମ୍ବାଦିକ ପ୍ରମୋଦ ମହାପାତ୍ର, ଖୋର୍ଦ୍ଧା ପ୍ରେସ୍କ୍ଲବ ଯୁଗ୍ମ ସମ୍ପାଦକ ପ୍ରବୀଣ ଭଞ୍ଜ, ସାମ୍ବାଦିକ ସତ୍ୟପ୍ରିୟ ମହାପାତ୍ର, ବିକ୍ରମ କେଶରୀ ସାହୁ, ଦାଶରଥି ଶ୍ରୀଚନ୍ଦନ, ବାଲୁଙ୍କେଶ୍ୱର ବେହେରା, ସଭାପତି ମାନସ ଦାସ, ଉପସଭାପତି ସଞ୍ଜୟ କୁମାର ମହାପାତ୍ର ,ସମ୍ପାଦକ ସୁଶାନ୍ତ ଗଜେନ୍ଦ୍ର, ଉପଦେଷ୍ଟା ନୀଳ ଲୋହିତ ମହାନ୍ତି, କୋଷାଧ୍ୟକ୍ଷ ଶେଖ ଇସ୍ରାଏଲ, ବୀରେନ ମହାପାତ୍ର, ପତିତପାବନ ଜେନା ପ୍ରମୁଖ ଉପସ୍ଥିତଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଚୌହାନ, ଅଭିରାମ ପାତ୍ର, ଆନନ୍ଦ ଜେନା, ସଞ୍ଜୟ ବେହେରା, ଉପଦେଷ୍ଟା ଶେଖ୍ ଗୋଲାମ ରସୁଲ, ଚନ୍ଦନ ମିଶ୍ର, ରମାକାନ୍ତ ପଟ୍ଟନାୟକ, କେଳୁ ଚରଣ ସେଠୀ, ନୃସିହ ଚରଣ ମହାନ୍ତି, ପ୍ରଭାତ ପ୍ରହରାଜ, ସେକ ଶକୁନ, ଟିମା ବେହେରା, ସତ୍ୟଜିତ ଦାସ, ରବୀନ୍ଦ୍ର ସାହୁ, ବିଶ୍ୱନାଥ ପ୍ରଧାନ, ଯୋଗେନ୍ଦ୍ର ସାହୁ ଓ ଭାସ୍କର ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ଭୁବନେଶ୍ୱର ଘଟିକିଆ ବଜରଙ୍ଗୀ କ୍ଲବ ଓ ରକି ସ୍ପୋର୍ଟସ କ୍ଲବ, ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହେବ । ଶେଷରେ ମନୋଜ ନାୟକ ଧନ୍ୟବାଦ ଦେଇଥିବା ବେଳେ, ଆଇନଜୀବୀ ଅଶ୍ୱିନୀ ବେହେରା ଅଲେଖ ବଳ, ଶିଶିର ମଲିକ, ବିଦ୍ୟାଧର ଦାଶ ପ୍ରମୁଖ ପରିଚାଳନା କରିଥିଲେ ।