ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ
କନ୍ଧମାଳ /ଫୁଲବାଣୀ : ଓଡିଶା ସରକାରଙ୍କ ନିଦେ୍ର୍ଦଶକ୍ରମେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ହେଉଛି । ଏହି ଅବସରରେ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲା ସାରା ଅନୁଷ୍ଠିତ ହେଉଛି । ଲ୍ୟାମ୍ପସ୍ ଜରିଆରେ ଗ୍ରାମାଞ୍ଚଳରେ କୃଷକମାନଙ୍କୁ ସମବାୟର ସଫଳତା ସମ୍ପର୍କରେ ବାର୍ତ୍ତା ଦିଆଯାଉଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମବାୟ ସମିତି ସମୂହର ଉପନିବନ୍ଧକ ସନ୍ତୋଷକୁ ମାର ଦାସ ପୌରୋହିତ୍ୟରେ ସମବାୟ ମାଧ୍ୟମରେ କୃଷି କୃଷକ, ଜୈବ ଚାଷ, ବୀମା, ରାସାୟନିକ ସାର ଔଷଧର କୁପରିଣାମ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ସମବାୟ ସଂଘର ସଭାନେତ୍ରୀ ସୁପ୍ରଭା ନାୟକ ଜିଲ୍ଲାରେ ବିଭିନ୍ନ ସମବାୟ ସମିତିର ଆର୍ଥôକ ବିକାଶ ପାଇଁ ପଦକ୍ଷେପ ଆବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲା କୃଷି ଉପନିଦେ୍ର୍ଦଶକ ଚିତ୍ତରଞ୍ଜନ ଶତପଥୀ, ଉଦ୍ୟାନ ଉପନିଦେ୍ର୍ଦଶିକା, ସହକାରୀ ଉପନିବନ୍ଧକ, ଲଳିତ ମାଝି ଓ ଜିତେନ୍ଦ୍ର ମିଶ୍ର ପ୍ରମୁଖ ଏହି ଦିବସ ସମ୍ପର୍କରେ ଓ ବିଭାଗୀୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ସହକାରୀ ପ୍ରବନ୍ଧକ ସୁକାନ୍ତ କୁମାର ପାଢୀ ସଂଯୋଜନା କରିଥିବାବେଳେ ସମବାୟ ସମିତି ସମୂହର ଏସ୍ଆରସି ଗଙ୍ଗାଧର କହଁର, ସତ୍ୟଜିତ ବେହେରା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।