ପଞ୍ଚାୟତରେ ବିଧାୟକଙ୍କ ଜନଶୁଣାଣି
ବାଲେଶ୍ୱର : ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲାସ୍ତରରେ ମିଳିତ ଜନଶୁଣାଣୀ ଅଭିଯାନ ଭଳି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀସ୍ତରରେ ଆୟୋଜିତ ବିଧାୟକଙ୍କ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ମାନସ କୁମାର ଦତ୍ତ ଉପସ୍ଥିତ ରହି ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିବା ସହିତ ସେଗୁଡ଼ିକର ଆସୁ ସମାଧାନ ପାଇଁ ବ୍ୟବସ୍ଥା କରିଥିଲେ । ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଶିବିରରେ ଜିଲ୍ଲା ପ୍ରଶାସନର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଲୋକଙ୍କ ସମସ୍ୟାଗତ ଆବେଦନକୁ ତଦାରଖ କରିଥିଲେ ।ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ସର୍ବମୋଟ ୨୦୫ଟି ଅଭିଯୋଗ ଶୁଣାଣି ହୋଇଥିଲା । ଅଭିଯୋଗ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ବିଭିନ୍ନ ସ୍ଥାନରେ ଜଳ ଯୋଗାଣ, ଜମି ସୀମାଙ୍କନ, ସ୍ୱାସ୍ଥ୍ୟଗତ ଏବଂ ଚିକିସôା ଜନିତ ଆବଶ୍ୟକ ସୁବିଧା, ଗମନାଗମନ, ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ବାସଗୃହ ଜନିତ ସମସ୍ୟା ଗୁଡ଼ିକ ସର୍ବାଧିକ ଥିଲା । ସମସ୍ତ ଅଭିଯୋଗ ମଧ୍ୟରୁ ୧୯୦ଟି ବ୍ୟକ୍ତିଗତ ସମସ୍ୟା ଥିବାବେଳେ ୧୫ଗୋଟି ସାମୁହିକ ସମସ୍ୟା ସମ୍ବଳିତ ବିଷୟରେ ଆଧାରିତ ଥିଲା । ଜନଶୁଣାଣୀରେ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗ ଗୁଡିକୁ ତୁରନ୍ତ ସମାଧାନ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ବିଧାୟକ ଦତ୍ତ ନିଦେ୍ର୍ଦଶ ଦେଇଥିଲେ ।