ଭାରତ ସ୍ୱାଭିମାନ ଟ୍ରଷ୍ଟର ବୈଠକ

 ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲାର ଜିଲ୍ଲା ଭାରତ ସ୍ୱାଭିମାନ କାର୍ଯ୍ୟାଳୟରେ ଭାରତ ସ୍ୱାଭିମାନ ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ପ୍ରଭାରୀ କରୁଣାକର ଶିଅଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ପତଞ୍ଜଳି ଯୋଗ ସମିତି, ଭାରତ ସ୍ୱାଭିମାନ ଟ୍ରଷ୍ଟ, ପତଞ୍ଜଳି ମହିଳା ଯୋଗ ସମିତି, ପତଞ୍ଜଳି କିଷାନ ଯୋଗ ସମିତି ଓ ଯୁବା ଭାରତ ସଂଗଠନର ନିମ୍ନ ସ୍ୱାକ୍ଷରିତ ମେମ୍ବରମାନେ ଉପସ୍ଥିତ ହୋଇ ଜିଲ୍ଲାର ଯୋଗର ପ୍ରଚାର ପ୍ରସାର, ଯୋଗ କକ୍ଷର ସଂଖ୍ୟା ବୃଦ୍ଧି ସହିତ ଭାରତ ସ୍ୱାଭିମାନ ନ୍ୟାସ, ବାଲେଶ୍ୱରର୦ ତିନୋଟି ପଦ ପରିବର୍ତ୍ତନ ଯଥା ପେଟ୍ରୋନ, ଭାରତ ସ୍ୱାଭିମାନ, ମହାମନ୍ତ୍ରୀ ଭାରତ ସ୍ୱାଭିମାନର କୋଷାଧକ୍ଷ ବାବଦରେ ବିସ୍ତୃତ ଆଲୋଚନା କରି ସେହି ପଦରେ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ସେମାନେ ହେଲେ ପେଟ୍ରୋନ ମେମ୍ବର ଧ୍ରୁବ ଚରଣ ନାୟକ, ଭାରତ ସ୍ୱାଭିମାନ ନ୍ୟାସର ମହାମନ୍ତ୍ରୀ କ୍ଷିତିଶ କୁମାର ଚୌଧୁରୀ, ଭାରତ ସ୍ୱାଭିମାନ ଟ୍ରଷ୍ଟର କୋଷାଧକ୍ଷ ଗୌରାଙ୍ଗ ଚରଣ ପ୍ରଧାନ । ଶେଷରେ ଯୁବ ପ୍ରଭାରୀ ମନୋଜ କୁମାର ଦେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଶାନ୍ତି ପାଠ କରାଇଥିଲେ ।