ଶତାଧିକ ମହିଳା ବିଜେପିରେ ସାମିଲ

ଆନନ୍ଦପୁର: ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁଆଲୋକ ସେଠୀଙ୍କ ନାମ ଘୋଷଣା ହୋଇଛି । ନାମ ଘୋଷଣା ପରେ ଆଲୋକ ପ୍ରଥମେ ନଡ଼ିଆ ରାଣୀ ମାତାରିଣୀଙ୍କ ଆଶ୍ରିବାଦ ନେବାପରେ ଆନନ୍ଦପୁରର ଆରାଧ୍ୟା ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଜିୟୁଙ୍କ କୃପାଭିକ୍ଷା ଲାଭ କରିଥିଲେ । ପରେ ଆନନ୍ଦପୁର ବ୍ଳକ ପଚାଙ୍ଗରେ ସାଧାରଣ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟଦଳର ଶତାଧିକ ମହିଳା ଆଲୋକ ସେଠୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ ।