କ୍ରୀଡ଼ା ମହୋତ୍ସବ ଉଦ୍ଘାଟିତ

 ରାଜକନିକା : ରାଜକନିକା ବ୍ଲକ ଅନ୍ତର୍ଗତ ପେଗରପଡା ମା’ ବାସନ୍ତୀ ଖେଳ ପଡିଆ ଠାରେ ସ୍ୱର୍ଗୀୟ କମଳା କାନ୍ତ ପଟ୍ଟନାୟକ ଓ ସ୍ୱର୍ଗୀୟା ହେମଲତା ସାହାଣୀ ସ୍ମୃତି କ୍ରୀଡା ଉତ୍ସବ-୨୦୨୫ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜକନିକା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ ପ୍ରଫେସର ଡ.ପ୍ରଦୀପ ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ପେଗରପଡା ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲ୍ଲିକ, ମା’ବାସନ୍ତୀ ସେବା ସମିତିର ସଭାପତି ନିମାଇଁ ଚରଣ ମଲ୍ଲିକ, ସମ୍ପାଦକ ଉମେଶ ଚନ୍ଦ୍ର ସାହୁ, କୋଷାଧକ୍ଷ ତପସ୍ୱିନୀ ବିନ୍ଧାଣି, ଶଙ୍କର୍ଷଣ ଦାସ, ସନ୍ଧ୍ୟାରାଣୀ ପଲାଇ, ଧୂର୍ବ ଚରଣ ପରିଡା, ସୌରଭ ସାହୁ, କନକଲତା ମଲିକ, ଅଙ୍କିତା ପାଣ୍ଡବ, ଅଳକା ଦାସ, ଅଜୟ ବାରିକ, ଅଜୟ ମଲ୍ଲିକଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।